ସ୍କୁଲ ଗାଡ଼ିରେ ଏଣିକି ରହିବେ ମହିଳା କଣ୍ଡକ୍ଟର, ଛୁଆଙ୍କୁ ଘରେ ଛାଡିବା ଉପରେ ଦେବେ ଗୁରୁତ୍ୱ

ଲଖନଉ: ଉତ୍ତରପ୍ରଦେଶ ରାଜଧାନୀ ଲଖନଉର ଟ୍ରାଫିକ ପୁଲିସ ଏବେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ଗୁରୁତ୍ୱପୂର୍ଣ୍ଣ ନିୟମ ପ୍ରଣୟନ କରିଛି | ପ୍ରଥମ ପର୍ଯ୍ୟାୟରେ ଟ୍ରାଫିକ ପୁଲିସ ପକ୍ଷରୁ ୧୦୦ଟି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରାଯାଇଛି | ଟ୍ରାଫିକ ପୁଲିସ ବିଦ୍ୟାଳୟ କର୍ତ୍ତୃପକ୍ଷ, ସ୍କୁଲ ଗାଡି ଚାଳକ ଓ ଅଭିଭାବକଙ୍କ ସହ ବୈଠକ କରି ନିଷ୍ପତ୍ତି ନେଇଛି ଯେ ବିଦ୍ୟାଳୟ ଛୁଟି ପରେ ସ୍କୁଲ ଗାଡ଼ିରେ ଯାଉଥିବା ପିଲାମାନଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ସ୍କୁଲର ରହିବ […] The post ସ୍କୁଲ ଗାଡ଼ିରେ ଏଣିକି ରହିବେ ମହିଳା କଣ୍ଡକ୍ଟର, ଛୁଆଙ୍କୁ ଘରେ ଛାଡିବା ଉପରେ ଦେବେ ଗୁରୁତ୍ୱ first appeared on Sambad.

ସ୍କୁଲ ଗାଡ଼ିରେ ଏଣିକି ରହିବେ ମହିଳା କଣ୍ଡକ୍ଟର, ଛୁଆଙ୍କୁ ଘରେ ଛାଡିବା ଉପରେ ଦେବେ ଗୁରୁତ୍ୱ
ଲଖନଉ: ଉତ୍ତରପ୍ରଦେଶ ରାଜଧାନୀ ଲଖନଉର ଟ୍ରାଫିକ ପୁଲିସ ଏବେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ଗୁରୁତ୍ୱପୂର୍ଣ୍ଣ ନିୟମ ପ୍ରଣୟନ କରିଛି | ପ୍ରଥମ ପର୍ଯ୍ୟାୟରେ ଟ୍ରାଫିକ ପୁଲିସ ପକ୍ଷରୁ ୧୦୦ଟି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରାଯାଇଛି | ଟ୍ରାଫିକ ପୁଲିସ ବିଦ୍ୟାଳୟ କର୍ତ୍ତୃପକ୍ଷ, ସ୍କୁଲ ଗାଡି ଚାଳକ ଓ ଅଭିଭାବକଙ୍କ ସହ ବୈଠକ କରି ନିଷ୍ପତ୍ତି ନେଇଛି ଯେ ବିଦ୍ୟାଳୟ ଛୁଟି ପରେ ସ୍କୁଲ ଗାଡ଼ିରେ ଯାଉଥିବା ପିଲାମାନଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ସ୍କୁଲର ରହିବ | ସ୍କୁଲ ବସରେ ଯାଉଥିବା ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ମହିଳା କଣ୍ଡକ୍ଟର ନିୟୋଜିତ ରହିବେ | ଏହି ମହିଳା କର୍ମଚାରୀ ସମସ୍ତ ଶିଶୁଙ୍କୁ ଘରେ ପହଂଚାଇବା ପର୍ଯ୍ୟନ୍ତ ଗାଡ଼ିରେ ରହିବେ | ମହିଳା କର୍ମଚାରୀ ଜଣକ ଛାତ୍ର/ଛାତ୍ରୀଙ୍କୁ ଅଭିଭାବକଙ୍କ ଜିମା ଦେବା ପରେ ହିଁ ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ କରିବେ | ଯଦି ଫାଟକ ବାହାରେ ଛାଡ଼ିଦେଇ ଆସନ୍ତି, ତେବେ ଅଭିଭାବକ ଚାହିଁଲେ ମହିଳା କର୍ମଚାରୀଙ୍କ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିପାରିବେ | ଲଖନଉର ଟ୍ରାଫିକ ଡିସିପି ଖ୍ୟାତି ଗର୍ଗ କହିଛନ୍ତି ଯେ କିଛି ଦିନ ତଳର ଏକ ଦୁଃଖଦ ଘଟଣାରୁ ଏଭଳି କରିବାକୁ ନିଷ୍ପତ୍ତି ନିଆଯାଇଛି | କିଛି ଦିନ ତଳେ ଯେତେବେଳେ ଏକ ସ୍କୁଲ ବସ ଜଣେ କୁନି ଶିଶୁକୁ ଛାଡିବାକୁ ଯାଇଥିଲା, ସେତେବେଳେ ବସ କଣ୍ଡକ୍ଟର ଛୁଆଟିକୁ ଘର ଫାଟକ ସାମ୍ନାରେ ଛାଡିଦେଇଥିଲେ | ତେବେ ଶିଶୁଟି ଘର ଭିତରକୁ ନ ଯାଇ ବସ ସାମ୍ନାକୁ ଆସିଯାଇଥିଲା | ଆଉ ବସ ଡ୍ରାଇଭର ଜାଣି ନ ପାରି ଛୁଆଟି ଉପରେ ଗାଡି ଚଢ଼ାଇଦେଇଥିଲେ | ଯେଉଁଥିରେ ଶିଶୁର ମୃତ୍ୟୁ ହୋଇଯାଇଥିଲା | ଆଉ ଏହି ଘଟଣା ପରେ ଶିଶୁକୁ ଅଭିଭାବକଙ୍କ ଜିମା ଦେବାକୁ ନିଷ୍ପତ୍ତି ନିଆଯାଇଛି |The post ସ୍କୁଲ ଗାଡ଼ିରେ ଏଣିକି ରହିବେ ମହିଳା କଣ୍ଡକ୍ଟର, ଛୁଆଙ୍କୁ ଘରେ ଛାଡିବା ଉପରେ ଦେବେ ଗୁରୁତ୍ୱ first appeared on Sambad.