ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ: ଗୁଜୁରାଟରେ ମେ’ ୧୭ ଏବଂ ୧୮ରେ ବନ୍ଦ ରହିବ ଟିକାକରଣ

ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ | ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ରାଜ୍ୟ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି ରବିବାର କହିଛି। ଏବେଠୁ ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ ପଡ଼ିବା […] The post ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ: ଗୁଜୁରାଟରେ ମେ’ ୧୭ ଏବଂ ୧୮ରେ ବନ୍ଦ ରହିବ ଟିକାକରଣ first appeared on Sambad.

ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ: ଗୁଜୁରାଟରେ ମେ’ ୧୭ ଏବଂ ୧୮ରେ ବନ୍ଦ ରହିବ ଟିକାକରଣ
ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ | ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ରାଜ୍ୟ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି ରବିବାର କହିଛି। ଏବେଠୁ ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ ଗୁଜୁରାଟରେ ମେ’ ୧୭ ଏବଂ ୧୮ରେ ଟିକାକରଣକୁ ବନ୍ଦ ରଖାଯାଇଛି | ଏହା ସହ ଗୁଜୁରାଟରେ ଏନେଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)ର ୭୯ଟି ଟିମକୁ ନିୟୋଜିତ କରିଛି | ଏହା ସହ ୨୨ଟି ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି | ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଏବଂ ରିଲିଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି | Zee News ଏହି ଘୂର୍ଣ୍ଣିବଳୟ ତୀବ୍ର ହେବା ସହିତ ପୋରବନ୍ଦର, ଜୁନାଗଡ, ଗିର ସୋମନାଥ ଏବଂ ଆମରେଲି ଜିଲ୍ଲାରେ ପବନର ବେଗ ମଙ୍ଗଳବାର ସକାଳ ସୁଦ୍ଧା ୧୫୦-୧୬୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବ। ସମାନ ସମୟ ମଧ୍ୟରେ ଏହା ଦେବଭୂମି ଦ୍ୱାରକା, ଜାମନଗର, ଭବନଗର ଜିଲ୍ଲାରେ ପବନର ବେଗ ୧୨୦-୧୫୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୬୫ କିଲୋମିଟର ବେଗରେ ପହଞ୍ଚିବ ବୋଲି ଆଇଏମଡି କହିଛି। ସୋମବାର ସକାଳରୁ ଦକ୍ଷିଣ ଗୁଜୁରାଟ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ବୋଲି କହିଛି ଆଇଏମଡି |The post ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ: ଗୁଜୁରାଟରେ ମେ’ ୧୭ ଏବଂ ୧୮ରେ ବନ୍ଦ ରହିବ ଟିକାକରଣ first appeared on Sambad.