ସମ୍ପର୍କରେ ରକ୍ତର ଛିଟା : ଅହଙ୍କାର ଓ ଜମି ଅଧିକାର ହେଲା କାଳ, ସାଙ୍ଗ ସହ ମିଶି ଉଭଣୀକୁ ମାରିଲା ଭାଇ

ପଞ୍ଜାବ ୧୦/୫ : ପଞ୍ଜାବ ହୋଶିଆରପୁରରେ ଅହଙ୍କାରର ବଶବର୍ତ୍ତୀ ହୋଇ ସବୁ ସୀମା ଟପିଗଲା ଭାଇ । ଭୁଲିଗଲା ରକ୍ତର ସମ୍ପର୍କ । ରାକ୍ଷୀ ବାନ୍ଧି ଭଉଣୀ ଯେଉଁ ମାଗୁଥିଲା ସୁରକ୍ଷା । ତା ଦେବା ତ ଦୂରର କଥା, ସାମାନ୍ୟ ଜମି ପାଇଁ ଭଉଣୀକୁ ଜୀବନରୁ ମାରିଦେଲା ଭାଇ । ଘଟଣା ଘଟିଛି ପଞ୍ଜାବ ହୋଶିଆରପୁରରେ । ସାଙ୍ଗ ସହ ମିଶି ନିଜ ଭଉଣୀକୁ ୯ଟି ଗୁଳି ଫୁଟାଇ ବିଭତ୍ସ ହତ୍ୟା କରିଛି । ଏପ୍ରିଲ ୨୨ରେ, ହୋଶିଆରପୁରର ସିକ୍ରିରେ ମନପ୍ରୀତ ନାମକ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଏକ ବେଶ୍ ଚର୍ଚ୍ଚା ହୋଇଥିଲା । ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡର ରହସ୍ୟର ସମାଧାନ କରି ଜିଲ୍ଲା ପୋଲିସ ମୃତ ମନପ୍ରୀତଙ୍କର ସାନଭାଇ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି । ଏହାସହ ହତ୍ୟାରେ ବ୍ୟବହୃତ ବନ୍ଧୁକ ଏବଂ ୩ଟି ଗାଡି ମଧ୍ୟ ଜବତ କରିଛି ପୋଲିସ । Aaj Tak ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ ଏସଏସପି ନବଜୋତ ସିଂ ମହଲ କହିଛନ୍ତି ଖାଦିଆଲା ସାଇନିଆନ ବାସିନ୍ଦା ମନପ୍ରୀତ ପ୍ରାୟ ୮ ବର୍ଷ ପୂର୍ବେ ହୋଶିଆରପୁରର ଖାଦିଆଲା ଗ୍ରାମରେ ରହୁଥିବା ପୱନଦୀପଙ୍କୁ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକଙ୍କ ସହ ବିବାଦ ହେବାରୁ ସେ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । ଏପରିକି ମନପ୍ରୀତ ପୁଣିଥରେ ତାଙ୍କ ମାଆ ଘରକୁ ଯିବାକୁ ଚାହୁଁଥିଲେ । ହେଲେ ତାଙ୍କ ଭାଇ ଏସବୁକୁ ପସନ୍ଦ କରିନଥିଲା ଅର୍ଥାତ ଭଉଣୀ ଘରକୁ ଆସିବାକୁ ସେ ରାଜି ନଥିଲା । ଭାଇ ନିଜ ଭଉଣୀକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ, ଭଉଣୀ ଅଂଶର ଜମିକୁ ଦଖଲ କରିବା ଉଦ୍ଦେଶ୍ୟରେ ଏପରି କରିଥିବା ପୋଲିସ କହିଛି ।