ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଫାଟୋର୍ଡା, ୨୫ା୧: ଆରମ୍ଭରୁ ଅଗ୍ରଣୀ ସତ୍ତ୍ୱେ ଓଡ଼ିଶା ଏଫ୍‌ସି ସୁଯୋଗ ହାତଛଡ଼ା କରି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ରବିବାର ଖେଳାଯାଇଥିବା ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ ୧-୧ଗୋଲ୍‌ରେ ରେ ଡ୍ର ରଖିଛି। ଫଳରେ ଉଭୟ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ନାଟକୀୟ ପରିସମାପ୍ତି ଘଟିଥିବା ଏହି ମ୍ୟାଚରେ ଡିଏଗୋ ମୌରିସିଓ ୮ମ ମିନିଟ୍‌ରେ ଗୋଲ ପୋଷ୍ଟର ଅତି ନିକଟରୁ ସ୍କୋର କରି ଓଡ଼ିଶା ଏଫ୍‌ସି ଅଗ୍ରଣୀ କରାଇଥିଲେ। ବେଙ୍ଗାଲୁରୁ ଦଳର ଏରିକ୍‌ ପାରଟାଲୁ ୮୨ତମ ମିନିଟ୍‌ରେ […] The post ସୁଯୋଗ ହାତଛଡ଼ା କଲା ଓଡ଼ିଶା appeared first on Dharitri Odia News.

ସୁଯୋଗ ହାତଛଡ଼ା କଲା ଓଡ଼ିଶା
ଫାଟୋର୍ଡା, ୨୫ା୧: ଆରମ୍ଭରୁ ଅଗ୍ରଣୀ ସତ୍ତ୍ୱେ ଓଡ଼ିଶା ଏଫ୍‌ସି ସୁଯୋଗ ହାତଛଡ଼ା କରି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ରବିବାର ଖେଳାଯାଇଥିବା ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ ୧-୧ଗୋଲ୍‌ରେ ରେ ଡ୍ର ରଖିଛି। ଫଳରେ ଉଭୟ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ନାଟକୀୟ ପରିସମାପ୍ତି ଘଟିଥିବା ଏହି ମ୍ୟାଚରେ ଡିଏଗୋ ମୌରିସିଓ ୮ମ ମିନିଟ୍‌ରେ ଗୋଲ ପୋଷ୍ଟର ଅତି ନିକଟରୁ ସ୍କୋର କରି ଓଡ଼ିଶା ଏଫ୍‌ସି ଅଗ୍ରଣୀ କରାଇଥିଲେ। ବେଙ୍ଗାଲୁରୁ ଦଳର ଏରିକ୍‌ ପାରଟାଲୁ ୮୨ତମ ମିନିଟ୍‌ରେ ହେଡର ଜରିଆରେ ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ମ୍ୟାଚରେ ଡାନିଏଲ ଲାଲିମପୁଇଆ , ସୁନୀଲ ଛେତ୍ରୀ ଓ କ୍ରିଷ୍ଟିଆନ ଅପ୍‌ସେଠ୍‌ ସୁଯୋଗମାନ ସୃଷ୍ଟି କରିଥିଲେ। ଓଡ଼ିଶା ଏଫ୍‌ସିର ଆକାଶଦୀପ ସିଂ ଓ ବେଙ୍ଗାଲୁରୁ ଏଫ୍‌ସିର ଗୁର୍‌ପ୍ରୀତ୍‌ ମ୍ୟାଚରେ ଚମତ୍କାର ଗୋଲ ରକ୍ଷଣ କରିଥିଲେ। ବେଙ୍ଗାଲୁରୁ ଏଫ୍‌ସି କାମଚଳା କୋଚ୍‌ ନୌସାଦ ମୁଷା କେରଳ ବ୍ଲାଷ୍ଟରଠାରୁ ପରାଜିତ ତାଙ୍କ ଦଳରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଅନପକ୍ଷରେ ଓଡ଼ିଶା କେବଳ ଗୋଟିଏ ପରିବର୍ତ୍ତନ କରିଥିଲା। ଗୋଟିଏ ମ୍ୟାଚୁ ସସ୍‌ପେଣ୍ଡ ରହିବା ପରେ ଷ୍ଟିିଭେନ ଟେଲର ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବେଙ୍ଗାଲୁର ୧୩ଟି ମ୍ୟାଚରୁ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ସମାନ ସଂଖ୍ୟକ ମ୍ୟାଚରୁ ୮ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ଅର୍ଥାତ ୧୧ତମ ସ୍ଥାନରେ ରହିଛି। The post ସୁଯୋଗ ହାତଛଡ଼ା କଲା ଓଡ଼ିଶା appeared first on Dharitri Odia News.