ସରୀନି ରାସ୍ତା କାର୍ଯ୍ୟ ଗୋଟିଏ ବର୍ଷାରେ ରାସ୍ତା ବେହାଲ ।ନିମ୍ନ ମାନର ରାସ୍ତାର ସଦ୍ୟତମ ନମୁନା ।

ସରୀନି ରାସ୍ତା କାର୍ଯ୍ୟ ଗୋଟିଏ ବର୍ଷାରେ ରାସ୍ତା ବେହାଲ ।ନିମ୍ନ ମାନର ରାସ୍ତାର ସଦ୍ୟତମ ନମୁନା । କଙ୍କଡାହାଡ଼,୧୩/୦୭:କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ ରେ ମନରେଗା ଯୋଜନାରେ ଗୁରୁଜାଙ୍ଗୁଲି ଛକ ଠାରୁ ମହନ କନ୍ଦିଆ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବର୍ଷ ୨୧-୨୨ ରେ କୋଡ଼ ନମ୍ବର ୨୪୦୭୦୦୫୦୦୭/ଆର ସି/୧୦୪୯୪୯୩୦ ରେ ୩ ଲକ୍ଷ ଟଙ୍କା ମଞ୍ଜୁର ହେଇଅଛି ।ଏହି କାର୍ଯ୍ୟ ଆରମ୍ଭ ମନରେଗା ସାଇଡ଼ର ତଥ୍ୟ ଜଣାପଡୁଛି ତା/୮/୧୦/୨୦୨୧ ପ୍ରଥମ ମାଷ୍ଟ୍ରୋଲ ନମ୍ବର ୧୬୪୪୫ ରେ ୧୧୬୧୦ ଟଙ୍କା ଯାଇଥିଲା ବେଳେ ଶେଷ କାର୍ୟ୍ଯ ତା/୫/୦୭/୨୦୨୨ ରୁ ୧୧/୦୭/୨୦୨୨ ମାଷ୍ଟ୍ରୋଲ ନମ୍ବର ୭୧୬୨ ରେ ୩୯୯୬ ଟଙ୍କା ଛଡ଼ାଯାଇଛି ।ସବୁଠାରୁ ରୋଚକ ବିଷୟ ୧ ବର୍ଷ ହେଲାଣି ଏହି ରାସ୍ତାରେ କାମ ହେଉଅଛି ବିଭାଗୀୟ ୱେବ ସାଇଡ଼ ରୁ ଜଣା ପଡୁଅଛି ।ଏହି କାର୍ଯ୍ୟ ରେ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ୧ ଲକ୍ଷ ୯୩ ହଜାର ଟଙ୍କା ଥିଲା ବେଳେ ସାମଗ୍ରୀ(ମେଟ୍ରିଆଲ)ପାଇଁ ୯୧ ହଜାର ଟଙ୍କା ଥିଲା ବେଳେ ଶ୍ରମିକ ଟଙ୍କା କାମ ସଂପୂଣ୍ଣ ହେଲା ପରେ ଶ୍ରମିକ ମାନଙ୍କ ପାଇଁ ଆସିଥିବା ଟଙ୍କା ପାଉଣା ହେବା କଥା ଏଠି କିନ୍ତୁ କାମ ୧ ବର୍ଷ ହେଲାଣି ରାସ୍ତା ନିର୍ମାଣ କାମ ହେଉଅଛି ଦର୍ଶାଇ ଟଙ୍କା ଉଠା ଚାଲିଛି ।ଏହି ରାସ୍ତାରେ ଶ୍ରମିକ ମାନଙ୍କ ପାଇଁ ୧ ଲକ୍ଷ ୯୩ ହଜାର ଟଙ୍କା ଥିଲା ବେଳେ ୧ ଲକ୍ଷ ୯୭ ହଜାର ଟଙ୍କା ଛଡା ଯାଇଛି।ରାସ୍ତା କୁ ଦେଖିଲେ ରାସ୍ତାରେ ମୋରମ ଜାଗାରେ ଅଳ୍ପ ଅଳ୍ପ ମାଟି ପକାଇ ରାସ୍ତା ଗୋଟିଏ ବର୍ଷା ରେ ବେହାଲ ହେଇଥିଲା ବେଳେ ଆଗକୁ ଲଗାଣ ବର୍ଷାରେ ରାସ୍ତା ସଂପୂଣ୍ଣ ଧୁଇ ଯିବାକୁ ଏଡାଇ ହେବ ନାହିଁ । ଠିକାଦାର ଓ ସରକାରୀ କର୍ମଚାରୀ ମଧୁଚନ୍ଦ୍ରିକା ରେ ଠିକାଦାର ନିଜ ଲୋକଙ୍କ ଜବକାର୍ଡ଼ ଦେଇ ସେମାନଙ୍କୁ ଶ୍ରମିକ ସଜାଇ ଟଙ୍କା ଲୁଟ କରିବାରେ ଲାଗିଛନ୍ତି।ଗ୍ରାମ ରୋଜଗାର ସେବକ ଦିପୁନ ନାଏକ କହିଛନ୍ତି ରାସ୍ତା ନିମ୍ନ ମାନର ବିଷୟରେ ମୁଁ ଜାଣି ନାହିଁ ରାସ୍ତାଦେଖି କହୁଛି ଏଠି ପ୍ରଶ୍ନ ଓଠେ ଗ୍ରାମ ରୋଜଗାର ସେବକ ଜବ କାର୍ଡ ଦ୍ୱାରା ଡିମାଣ୍ଟ ଦେଉଥିଲା ବେଳେ ଜାଣି ପାରିଲେ ନାହିଁ କେମିତି। ବିଭାଗୀୟ କନିଷ୍ଟ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ରାସ୍ତା କୁ ଯାଇ ଦେଖିବି ନିମ୍ନ ମାନର ହେଇଥିଲେ ବିଲ ବନ୍ଦ କରାଯିବ । Reporter- ସୁମିତ୍ରା ମିଶ୍ର

ସରୀନି ରାସ୍ତା କାର୍ଯ୍ୟ ଗୋଟିଏ ବର୍ଷାରେ ରାସ୍ତା ବେହାଲ ।ନିମ୍ନ ମାନର ରାସ୍ତାର ସଦ୍ୟତମ ନମୁନା ।
ସରୀନି ରାସ୍ତା କାର୍ଯ୍ୟ ଗୋଟିଏ ବର୍ଷାରେ ରାସ୍ତା ବେହାଲ ।ନିମ୍ନ ମାନର ରାସ୍ତାର ସଦ୍ୟତମ ନମୁନା ।