ସାଂସଦ ମହେଶ ସାହୁ ଙ୍କର ଆଉ ଏକ ପ୍ରୟାସ#Dreams Rider#

ଢେଙ୍କାନାଳ ସାଂସଦ ମହେଶ୍ ସାହୁ ଦ୍ଵାର ଶପଥପାଠ ର ୨ୟ ବର୍ଷ ପୁର୍ତ୍ତୀ ଅବସର ରେ " ସେବା ଓ ସଂକଳ୍ପ ଦିବସ ପାଳିତ " | ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସାଂସଦ ଭାବେ ଶପଥପାଠ ର ୨ୟ ବର୍ଷ ପୁର୍ତ୍ତୀ କରିଥିବା ଅବସର ରେ ଉକ୍ତ ଦିବସ କୁ " ସେବା ଓ ସଂକଳ୍ପ ଦିବସ " ଭାବେ ପାଳନ କରିଛନ୍ତି | ଏହି ଅବସର ରେ ସଂସଦୀୟ କ୍ଷେତ୍ର ର 2 ଟି ଜିଲ୍ଲା ପାଇଁ 2 ଗୋଟି ଲେଖାଏ ସେବା ପ୍ରଦାନ ଯାନ ଆଜି ଜିଲ୍ଲା ବାସୀ ଙ୍କ ପାଇଁ ଲୋକାର୍ପିତ ହୋଇଛି | ସ୍ଥାନୀୟ ଅନୁଗୁଳ ର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀ ଙ୍କ ପୀଠରେ ଜିଲା ପ୍ରଶାସନ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର ସାହୁ, ଉପ ଜିଲାପାଳ ଶ୍ରୀ ବାସୁଦେବ ଶତପଥୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ ଉପସ୍ଥିତରେ , ସାଂସଦ ଙ୍କ ନିଜସ୍ବ ସାମାଜିକ ସଙ୍ଗଠନ ଆମ ପ୍ରତିଭା ଆମ ପରିଚୟ ଓ ସାପ୍ତାହିକ ଖବର କାଗଜ ଆଗେଇବା ଦ୍ବାରା ଏହା ପ୍ରଦାନ କରାଯାଇଛି | ଅନଗୁଳ ଜିଲା ପାଇଁ 8 ଲକ୍ଷ ଟଙ୍କା ମୂଲ୍ୟରେ ରୋଗୀ ମାନଙ୍କ ସେବା ପାଇଁ " ପଣ୍ଡିତ ନୀଳକଣ୍ଠ ସ୍ୱାସ୍ଥ ସେବା " ଓ ଶବ ବାହକ ସେବା ପ୍ରଦାନ ପାଇଁ " ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ଶାନ୍ତି ସେବା " ନାମରେ ନାମିତ ହୋଇଛି | ଅନୁରୂପ ଭାବେ ଢେଙ୍କାନାଳ ଜିଲ୍ଲା ପାଇଁ ମଧ୍ଯ ଦୁଇଟି ଗାଡି ଦିଆ ଯାଇ ଅଛି | ଏହି ସେବା ସୁପରିଚାଳନା ପାଇଁ ଏକ 40 ଜଣିଆ କମିଟି ଗଠନ କରାଯାଇଛି | ଏହି ସେବା ପାଇଁ ଶବ ବାହକ ଗାଡି ପାଇଁ ଜିଲ୍ଲା ଭିତରେ ଯେକୌଣସି ଯାଗାକୁ ସର୍ବ ନିମ୍ନ 500 ଟଙ୍କା, ଜିଲା ଭିତରେ ସ୍ୱାସ୍ଥ ସେବା ପାଇଁ 1000 ଟଙ୍କା ଜିଲା ବାହାରକୁ ସ୍ୱାସ୍ଥ ସେବା ପାଇଁ 2000 ଟଙ୍କା ଧାର୍ଯ୍ୟ କରାଯାଇ ଅଛି | ଏହି ସେବା ପାଇଁ ପରିଚାଳନା ନିର୍ଦ୍ଦେଶକ ଙ୍କ ମୋବାଇଲ 9438003722 / 7787000022 ନମ୍ବର କୁ ଯୋଗାଯୋଗ କରିବା କୁ ଅନୁରୋଧ |ଜିଲା ପ୍ରଶାସନ ମାଧ୍ୟମ ରେ କିପରି ଗରିବ ଲୋକ ସେବା ରେ ଏହା ଆସି ପାରିବ ଏହା ଉପରେ ଦୃଷ୍ଟି ଦିଆଯିବ |

ସାଂସଦ ମହେଶ ସାହୁ ଙ୍କର ଆଉ ଏକ ପ୍ରୟାସ#Dreams Rider#