୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ ୨୨।୦୬:  ପୋଲିସକୁ ପୁଣି ସଫଳତା । ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଦୁଇଟି ଟ୍ରକ ସହ ୩ ଜଣକୁ ଗିରଫ କରିଛି ନନ୍ଦପୁର ,ମାଛକୁଣ୍ଡ ଓ ଲମତାପୁଟ ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ନନ୍ଦପୁର SDPO ଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସ ଖିଲିବା ଛକ ନିକଟରେ ନାକାବନ୍ଦି କରିଥିଲା । ପୋଲିସର ବ୍ୟାରିକେଟ ଭାଙ୍ଗି ଟ୍ରକ ଟି ଦ୍ରୁତ ଗତିରେ ଚାଲିଯାଇଥିଲା । ପୋଲିସ ପିଛା କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମୁଖରେ ଟ୍ରକକୁ ଅଟକାଇବାରେ ସଫଳ ହୋଇଥିଲା । ଟ୍ରକକୁ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିଲା । ଏବଂ ଦୁଇ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ । ଟ୍ରକରୁ ୨୧ ଟି ବସ୍ତା ରେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ କହିଛି ।ଏହି ଗଞ୍ଜେଇ ପାଡୁଆ ଅଞ୍ଚଳରୁ ରାଜସ୍ଥାନକୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଦୁଇ ଜଣ ଉତ୍ତପ୍ରଦେଶ ର ପ୍ରେପାଲ ସିଂ ଏବଂ ଦେବେନ୍ଦ୍ର ସିଂ ବୋଲି ଜଣାପଡିଛି । ସେହିଭଳି ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବାଙ୍ଗୁରପଡା ଛକ ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଟ୍ରକ କୁ ଅଟକାଇବା ଦେଖି ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଏବଂ ମାଫିଆ ଫେରାର ହୋଇଯାଇଥିବା ବେଳେ ସହଯୋଗୀକୁ କାବୁ କରିନେଇଥିଲା ପୋଲିସ । ଗାଡିକୁ ଯାଞ୍ଚ କରିବାରୁ ୮ ଟି ବସ୍ତାରେ ଅଢେଇ କୁଇଣ୍ଟାଲ ଗଞ୍ଜେଇ ରହିଥିଲା । ଏହାର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ବ୍ୟକ୍ତି ଜଣକ ସୁର୍ମୀ ଗାଁର ଧନେସ ସୀସା ବୋଲି ଜଣା ପଡିଛି ।