Covid-19 ରେ ଭାରତକୁ ‘ରେଡ ଲିଷ୍ଟ’ରୁ ରକ୍ଷା କରିଥିଲା ବ୍ରିଟେନ୍! ଭୂତାଣୁ ପ୍ରକାର ନେଇ ବିରୋଧୀଙ୍କ ଶରବ୍ୟ ହେଉଛନ୍ତି ସରକାର

ଲଣ୍ଡନ ୧୬।୫: କରୋନାରେ ଭାରତର ସମ୍ମାନ ବଞ୍ଚାଇଥିଲା ବ୍ରିଟେନ । ଭାରତରେ କୋଭିଡ-୧୯ ଦ୍ୱିତୀୟ ଲହର  ପ୍ରାରମ୍ଭ କାଳରେ ବାଂଲାଦେଶ ଓ ପାକିସ୍ତାନ ଭଳି ଭାରତକୁ ବ୍ରିଟେନ ଲାଲ ସୂଚୀ ( ରେଡଲିଷ୍ଟ) ରେ ପକାଇ ନଥିଲା । ଘଟଣା ଏବେ ପଦାକୁ ଆସିଛି। ଏଥିଲାଗି ଏବେ ବ୍ରିଟେନ ସରକାରଙ୍କୁ ବିରୋଧୀ ଦଳଙ୍କ ଶରବ୍ୟ ହେବାକୁ ପଡୁଛି। ସରକାରଙ୍କୁ ଏପରି କରିବାର ନଥିଲା ବୋଲି ବ୍ରିଟେନ ଲେବର ପାର୍ଟିର ବରିଷ୍ଠ ସାଂସଦ ୱିଟେ କୁପର କହିଛନ୍ତି। ତେବେ ଡାଉନିଂ ଷ୍ଟ୍ରିଟ୍‌ ଏହାକୁ ଖଣ୍ଡନ କରିଛନ୍ତି। ଗତ ଏପ୍ରିଲ ପ୍ରାରମ୍ଭରେ ବାଂଲାଦେଶ ଓ ପାକିସ୍ତାନ ସହ ଭାରତକୁ ମଧ୍ୟ କରୋନା ସଂକ୍ରମଣ ଲାଗି ଲାଲ ତାଲିକା (ରେଡ ଲିଷ୍ଟ)ରେ ପକା ଯିବା କଥା। ହେଲେ ବ୍ରିଟେନ ସରକାର ଏଥିରୁ ଭାରତକୁ ବାଦ ଦେଇଥିଲେ। ଭାରତରେ କୋଭିଡ-୧୯ ମହାମାରୀ ବ୍ୟାପିବାରେ ବି୧.୬୧୭.୨ ଭୂତାଣୁ ପ୍ରକାର ସବୁଠୁ ବଡ କାରକ ବୋଲି ଏବେ ଜଣାପଡିଛି। କରୋନା ଭୂତାଣୁର ଏହି ପ୍ରକାର ବିଶ୍ୱରେ କେବଳ ଭାରତରେ ଚିହ୍ନଟ ହୋଇଛି। ତେବେ ପ୍ରସଙ୍ଗରେ ଡାଉନିଂ ଷ୍ଟ୍ରିଟ୍‌ କହିଛନ୍ତି ଯେ ଭୂତାଣୁ ପ୍ରକାର ବି୧.୬୧୭ର ଯାଞ୍ଚ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଭାରତରୁ ଯାତ୍ରା ଉପରେ ସତର୍କତା ଅବଲମ୍ବନ କରାଯାଇଥିଲା। ଭୂତାଣୁର ବି୧.୬୧୭.୨ ଭେରିଏଣ୍ଟ ଅଫ କନସର୍ଣ୍ଣ (ବିଓସି) ଘୋଷଣାର ୨ ସପ୍ତାହ ପୂର୍ବରୁ ଏ ନେଇ ସରକାର ସତର୍କ ହୋଇସାରିଥିଲେ ବୋଲି କହିଛନ୍ତି। ତେବେ ବ୍ରିଟେନର ପବ୍ଲିକ୍ ହେଲ୍‌ଥ ଇଂଲଣ୍ଡ ନୂଆ ତଥ୍ୟ ଅନୁସାରେ ରେଡ ଲିଷ୍ଟ କଟକଣା ପୂର୍ବରୁ ଭାରତ ଓ ବ୍ରିଟେନ ମଧ୍ୟରେ ୨୦ ହଜାର ଲୋକେ ଯାତ୍ରା କରିଥିଲେ। ତେବେ ମାର୍ଚ୍ଚ ଶେଷ ଓ ୨୮ ଏପ୍ରିଲ ମଧ୍ୟରେ ବ୍ରିଟେନ ପହଞ୍ଚିଥିବା ୧୨୨ ଜଣଙ୍କଠାରେ ବିଓସି ଚିହ୍ନଟ ହୋଇଥିବା କୁହାଯାଇଛି। ଏଥିରେ ବ୍ରିଟେନ ସରକାରଙ୍କ ଜନୈକ ମୁଖପାତ୍ର କହିଛନ୍ତି ଯେ ଏପ୍ରିଲରେ ଭାରତକୁ ରେଡ ଲିଷ୍ଟରେ ପକାଯିବା ପୂର୍ବରୁ ଭାରତରୁ ବ୍ରିଟେନ ପହଞ୍ଚୁଥିବା ଲୋକଙ୍କୁ ସେ ନେଗେଟିଭ ଥିବା ଓ ୧୦ ଦିନ ଆଇସୋଲେଟ ରହିବା ବାଧ୍ୟତାମୂଳକ ଥିଲା। ତେବେ ବ୍ରିଟେନ ସରକାର ଭାରତକୁ ଲାଲ ସୂଚୀରେ ପକାଇ ନଥିବାରୁ ବିରୋଧୀ ଦଳ ଏବେ ସରକାରଙ୍କୁ ଘେରିଛନ୍ତି। ଏପରି କରା ନଯିବା ଯୋଗୁ ୩ ସପ୍ତାହରେ ଭାରତରୁ ଲଣ୍ଡନକୁ ଶତାଧିକ ବିଓସି ପ୍ରବେଶ କରିଥାଇପାରନ୍ତି ବୋଲି ସାଂସଦ ୱିଟେ କୁପର କହିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଏପ୍ରିଲ ଶେଷ ସପ୍ତାହରେ ଭାରତ ଗସ୍ତରେ ଆସିବାର ଥିଲା। ଏଣୁ ହୁଏତ ଏଥିଲାଗି ଭାରତକୁ ଲାଲ ସୂଚୀରେ ପକାଯାଇ ନଥିଲା ବୋଲି ମଧ୍ୟ ଏବେ ଚର୍ଚ୍ଚା ହେଉଛି।  