JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ, ଗିରଫଦାରିକୁ ୟୁନାଇଟେଡ୍ ଏଗନେଷ୍ଟ ହେଟ୍ ଗ୍ରୁପ୍‌ର ବିରୋଧ

ନୂଆଦିଲ୍ଲୀ ୧୪।୦୯:  ଦିଲ୍ଲୀ ହିଂସା ଘଟଣାରେ JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ । ଗତ ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଉମର ଖାଲିଦ ଗିରଫ ହୋଇଛନ୍ତି। ଦିଲ୍ଲା ସ୍ପେଶାଲ୍‌ ସେଲ୍‌ ପକ୍ଷରୁ ଉମର ଖାଲିଦଙ୍କୁ ଗିରଫ କରାଯାଇଛି ।  ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାରୁଜା ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ୟୁଏପିଏ ଧାରାରେ ଖଲିଦଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମାରାଥନ ଜେରା ପରେ ରାତି ଅଧରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ । ହିଂସା ପାଇଁ ଷଡଯନ୍ତ୍ର କରିଥିବା ପ୍ରମାଣ ମିଳିବା ପରେ ଗିରଫ କରିଥିବା ପୋଲିସ ଦାବି କରିଛି ।  ସୂଚନା ଅନୁସାରେ ସମନ ପଠାଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୋଲିସ୍ । ଏବଂ ପ୍ରାୟ ୧୧ ଘଂଟା ପଚରାଉଚରା କରାଯିବା ପରେ ଖଲିଦଙ୍କୁ ଗିରଫ କରାଯାଇଛି । ଖଲିଦଙ୍କ ଗିରଫଦାରିଙ୍କୁ ବିରୋଧ କରିଛି ୟୁନାଇଟେଡ୍ ଏଗନେଷ୍ଟ ହେଟ୍ ଗ୍ରୁପ୍ । ଖଲିଦଙ୍କୁ ସୁରକ୍ଷା ଯୋଗାଇଦେବାକୁ ଏହି ଗ୍ରୁପ ପକ୍ଷରୁ ଦାବି କରାଯାଇଛି। ପୂର୍ବରୁ ମଧ୍ୟ ଦିଲ୍ଲୀ ହିଂସା ମାମଲାରେ ଖାଲିଦଙ୍କୁ ପଚରାଉଚରା କରିଥିଲା ଦିଲ୍ଲୀ ପୋଲିସ୍।