RSSକୁ ତାଲିବାନ ସହ ତୁଳନା ପଡିଲା ମହଙ୍ଗା, ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାରଙ୍କ ବିରୁଦ୍ଧରେ ମାମଲା ରୁଜୁ

ନୂଆଦିଲ୍ଲୀ ୦୪/୧୦ : ଆରଏସ୍ଏସ୍‌ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାରଙ୍କୁ ଅଡୁଆରେ ପକାଇଛି । ଏହି ମାମଲାରେ ଏବେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସ୍ଥାନୀୟ ଜଣେ ଆଇନଜୀବୀ ସନ୍ତୋଷ ଦୁବେଙ୍କ ଅଭିଯୋଗ କ୍ରମେ ମାମଲଶ ରୁଜୁ କରିଛି ପୋଲିସ । ସୂଚନା ଅନୁସାରେ, ଆର୍‌ଏସ୍‌ଏସ୍‌କୁ ତାଲିବାନ ସହିତ ତୁଳନା କରିଥିଲେ ଜାଭେଦ ଅଖତାର । ଯାହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଥିଲା । ଏବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ସେ ଗିରଫ ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି ଜାଭେଦ ଅଖତାର । ତା ଛଡା ଅନେକ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏବେ ତାଙ୍କର ବୟାନ ହିଁ ତାଙ୍କ ପାଇଁ କାଳ ହେବାକୁ ଯାଉଛି । RSSକୁ ତାଲିବାନ ସହିତ ତୁଳନା କରିବା ପରେ ମୁମ୍ବାଇ ପୋଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନିଜ ବୟାନରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ମୁଲନ୍ଦ ଥାନାରେ ସନ୍ତୋଷ ଦୁବେ ନାମକ ଜଣେ ଆଇନଜୀବୀ ଜାଭେଦ ଅଖତାରଙ୍କ ବିରୁଦ୍ଧରେ ମାମଲା ରୁଜୁକରିଥିଲେ । ତେବେ ତାଙ୍କ ବିରୁଦ୍ଧରେ ଦଫା ୫୦୦(ମାନହାନି ପାଇଁ ଦଣ୍ଡ) ଆଧାରରେ ପ୍ରାଥମିକ ଭାବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।