ଅକ୍ଟୋବର ପାଇଁ ଆସିଲା ଗାଇଡଲାଇନ୍; ନାଇଟ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ଅକ୍ଟୋବର ମାସ ପାଇଁ ଗାଇଡ ଲାଇନ୍ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କରୋନା ଗାଇଡ ଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ହେଁ ପାର୍ବଣକୁ ଦୃଷ୍ଟିରେ ରଖି କରୋନା ଗାଇଡଲାଇନ କଡାକଡି ଭାବରେ ମାନିବା ପାଇଁ ଏସଆରସି ନିବେଦନ କରିଛନ୍ତି । ପାର୍ବଣ ଋତୁରେ ସତର୍କତା ନ ବାରିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ବୋଲି କହିଛନ୍ତି […] The post ଅକ୍ଟୋବର ପାଇଁ ଆସିଲା ଗାଇଡଲାଇନ୍; ନାଇଟ କର୍ଫ୍ୟୁ ବଳବତ୍ତର appeared first on Odisha Bhaskar.

ଅକ୍ଟୋବର ପାଇଁ ଆସିଲା ଗାଇଡଲାଇନ୍; ନାଇଟ କର୍ଫ୍ୟୁ ବଳବତ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ଅକ୍ଟୋବର ମାସ ପାଇଁ ଗାଇଡ ଲାଇନ୍ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କରୋନା ଗାଇଡ ଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ହେଁ ପାର୍ବଣକୁ ଦୃଷ୍ଟିରେ ରଖି କରୋନା ଗାଇଡଲାଇନ କଡାକଡି ଭାବରେ ମାନିବା ପାଇଁ ଏସଆରସି ନିବେଦନ କରିଛନ୍ତି । ପାର୍ବଣ ଋତୁରେ ସତର୍କତା ନ ବାରିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ବୋଲି କହିଛନ୍ତି ଏସଆରସି । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ବଳବତ୍ତର ରଖିବା ନେଇ ଏସଆରସି ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ୧୦ଟାରୁ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ତେବେ କଟକ ଓ ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ନାଇଟ କର୍ଫ୍ୟୁକୁ କଡାକଡି କରାଯାଇଛି । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁର ଅବଧି ରାତି ୮ରୁ ୫ ଯାଏଁ ରହିବ । ଏହା ବ୍ୟତିତ ପୂର୍ବପରି ବିବାହ ଓ ଶୁଦ୍ଧି କାର୍ଯ୍ୟ ପାଇଁ ୨୫୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି । ରାଜନୈତିକ ସଭା ଓ ସମାରୋହକୁ ଅନୁମତି ଦିଅଯାଇ ନଥିବା ବେଳେ ସେପ୍ଟେମ୍ବର ମାସର ଅନ୍ୟ ସମସ୍ତ ନିୟମ ବଳବତ୍ତର ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି । The post ଅକ୍ଟୋବର ପାଇଁ ଆସିଲା ଗାଇଡଲାଇନ୍; ନାଇଟ କର୍ଫ୍ୟୁ ବଳବତ୍ତର appeared first on Odisha Bhaskar.