ଅକ୍ଟୋବର ୩୦ରେ ଉହାନକୁ ଉଡାଣ ଭରିବ ଏୟାର ଇଣ୍ଡିଆର ପ୍ରଥମ ବନ୍ଦେ ଭାରତ ମିଶନ ବିମାନ

ବେଜିଂ ୨୪।୧୦: ଏୟାର ଇଣ୍ଡିଆ ଅକ୍ଟୋବର ୩୦ରୁ ଉହାନ ସହରକୁ ନିଜର ଉଡାଣ ସଞ୍ଚାଳନ କରିବ। ଗତ ବର୍ଷ ଡିସେମ୍ବର ମାସରେ ଏହି ସହରରୁ କରୋନା ବ୍ୟାପିବା ପରେ ପ୍ରଥମ ଥର ଏୟାର ଇଣ୍ଡିଆ ବିମାନ ଉହାନରେ ନିଜର ବିମାନ ସଞ୍ଚାଳନ କରିବାକୁ ଯାଉଛି। ଜୁନ ମାସରେ ସହରକୁ ନିରାପଦ ଘୋଷଣା କରିବା ସହିତ ସମସ୍ତ ପ୍ରକାରର କଟକଣା ହଟାଇ ଦିଆଯାଇଥିଲା। ଅକ୍ଟୋବର ୩୦ରେ ବନ୍ଦେ ଭାରତ ମିଶନ ଆଧାରରେ ଦିଲ୍ଲୀରୁ ଉହାନ ବିମାନ ସଞ୍ଚାଳନ ହେବ ବୋଲି ଶୁକ୍ରବାର ଭାରତୀୟ ଦୂତାବାସ ଘୋଷଣା କରିଛି।  ଦୁଇ ଦେଶ ମଧ୍ୟରେ ଫସିଥିବା ଭାରତୀୟଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିବାରେ ସାହାଯ୍ୟ ପାଇଁ ଏୟାର ଇଣ୍ଡିଆର ଚୀନକୁ ଏହା ଷଷ୍ଠ ଉଡାଣ ହେବ। ଦିଲ୍ଲୀ-ଗୁଆଙ୍ଗଝୌ ମଧ୍ୟରେ ଅକ୍ଟୋବର ୨୩ରେ ଉଡାଣ ରଦ୍ଦ ହେବା ପରେ ଦିଲ୍ଲୀ-ଉହାନ ମଧ୍ୟରେ ବିମାନ ସଞ୍ଚାଳନ ପାଇଁ ଘୋଷଣା ହୋଇଥିଲା। ନୂଆଦିଲ୍ଲୀ ଆସୁଥିଲେ ଆଗନ୍ତୁକଙ୍କୁ ନିର୍ଦ୍ଧାରିତ ହୋଟେଲ୍‌ରେ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ପଡିବ। ଭାରତୀୟ ଦୂତାବାସ ପ୍ରେସ୍ ବିଜ୍ଞପ୍ତିରେ କହିଛି, ଆଗାମୀ ଅକ୍ଟୋବର ୨୩ରେ ହେବାକୁ ଥିବା ବନ୍ଦେ ଭାରତ ମିଶନ ଉଡାନକୁ ଅକ୍ଟୋବର ୩୦ ପାଇଁ ସ୍ଥଗିତ କରାଯାଇଛି। ଏହି ଉଡାଣର ସଞ୍ଚାଳନ ଏବେ ଦିଲ୍ଲୀ-ଉହାନ-ଦିଲ୍ଲୀ ସେକ୍ଟରରେ କରାଯିବ। ଚୀନରେ ଫସିଥିବା ଯାତ୍ରୀଙ୍କୁ କୌଣସି ପ୍ରକାରର ସହାୟତା ପାଇଁ ହେଲ୍‌ପ ଡେସ୍କ (helpdesk.beijing@mea.gov.in) ଜାରି କରାଯାଇଛି। ଏହା ପୂର୍ବରୁ ଉହାନରେ ଚଳିତ ବର୍ଷ ଫେବୃଆରୀରେ କରୋନା ସଂକ୍ରମଣ ଚରମରେ ଥିବା ବେଳେ ତିନୋଟି ଉଡାଣ ସଞ୍ଚାଳନ କରାଯାଇ ଚୀନରୁ ଭାରତୀୟଙ୍କୁ ସ୍ଵଦେଶ ଅଣାଯାଇଥିଲା।