ଅଖିଳେଶ ଯାଦବ କରୋନା ସଂକ୍ରମିତ

ଲକ୍ଷ୍ନୌ – ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ ଘରେ କ୍ବାରେଣ୍ଟାଇନ କରିନେଇଛି | ସୂଚନା ଦେଇ ସେ ଲେଖିଛନ୍ତି ଯେ, ଯେଉଁମାନେ ନିକଟରେ ମୋ ସହିତ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ନିଜର ଟେଷ୍ଟ କରିବାକୁ ଅନୁରୋଧ […] The post ଅଖିଳେଶ ଯାଦବ କରୋନା ସଂକ୍ରମିତ appeared first on The News Room.

ଅଖିଳେଶ ଯାଦବ କରୋନା ସଂକ୍ରମିତ
ଲକ୍ଷ୍ନୌ – ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ ଘରେ କ୍ବାରେଣ୍ଟାଇନ କରିନେଇଛି | ସୂଚନା ଦେଇ ସେ ଲେଖିଛନ୍ତି ଯେ, ଯେଉଁମାନେ ନିକଟରେ ମୋ ସହିତ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ନିଜର ଟେଷ୍ଟ କରିବାକୁ ଅନୁରୋଧ କରିଛି | ଅଖିଳେଶ ଯାଦବ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି । ଯୋଗୀ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଆଶୁତୋଷ ଟଣ୍ଡନ୍ ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି | ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ବିଗିଡିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶର କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଆଉ ୧୮,୦୨୧ କରୋନା ମାମଲା ଚିହ୍ନଟ ହୋଇଛି। ଉତ୍ତରପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ଏହି ସୂଚନା ଦେଇଛନ୍ତି । The post ଅଖିଳେଶ ଯାଦବ କରୋନା ସଂକ୍ରମିତ appeared first on The News Room.