ଅଗଷ୍ଟ ୧୨ ଯାଏଁ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ବାତିଲ

କରୋନା ସଂକ୍ରମଣ ପାଇଁ ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । କିନ୍ତୁ ପରେ କିଛି ସ୍ୱତନ୍ତ୍ର ଟ୍ରେନ ଓ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିଥିଲା । ଏବେ ରେଳବାଇ ପୁଣି ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚଳାଚଳ କରୁଥିବା ଟ୍ରେନ, ମେଲ୍, ଏକ୍ସପ୍ରେସ, ପାସେଞ୍ଜର୍ ସେବାକୁ ରବ୍ଦ କରିଛି ।ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ଯେଉଁମାନେ ଟିକେଟ୍ ବୁକ୍ କରିଛନ୍ତି ସେମାନଙ୍କ ଟିକେଟ୍ ରବ୍ଦ କରାଯାଇଛି ।  ଜୁନ ୩୦ ମଧ୍ୟରେ ବୁକ୍ କରାଯାଉଥିବା ସମସ୍ତ ଟିକେଟର ଟଙ୍କା ରିଫଣ୍ଡ ମିଳିବ । ସେହିପରି ଜୁଲାଇ ୧ରୁ ଅଗଷ୍ଟ ୧୨ ମଧ୍ୟରେ ସମସ୍ତ ଟିକେଟକୁ କ୍ୟାନସଲ୍ କରାଯାଇ ଫୁଲ୍ ରିଫଣ୍ଡ୍ କରାଯିବ । ତେବେ ସ୍ୱତନ୍ତ୍ର ରାଜଧାନୀ, ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ ପୂର୍ବଭଳି ଚଳାଚଳ କରିବ ।ରେଳବାଇ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କ ପାଇଁ ଶ୍ରମିକ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା । ଏବେସୁଦ୍ଧା ୪୪୩୬ଟି ଶ୍ରମିକ ଟ୍ରେନ ଚଳାଚଳ କରିସାରିଛି । ୬୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଛନ୍ତି ।ସୂଚନାଯୋଗ୍ୟ, ଭିନ୍ନ ଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀଙ୍କ ପାଇଁ ରେଳବାଇ ମେ ୧୨ରୁ ୧୫ ଯୋଡା ରାଜଧାନୀ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଥିଲା । ଏହି ଟ୍ରେନକୁ ରାଜ୍ୟର ରାଜଧାନୀ ଓ ବଡ ସହର ମଧ୍ୟରେ ଚଳାଚଳ କରିଥିଲା ।

ଅଗଷ୍ଟ ୧୨ ଯାଏଁ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ବାତିଲ