ଅଧା ବୈଠକରୁ ଉଠି ଆସିଲେ ରାହୁଲୁ

ନୂଆଦିଲ୍ଲୀ,୧୪।୭: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା ନ କରିବାରୁ ପ୍ରତିରକ୍ଷା କମିଟି ବୈଠକ ଅଧାରୁ ଉଠି ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ଅପରାହ୍ନ ୩ଟାରେ ଏହି ବୈଠକ ଆରମ୍ଭ ହୋଇଥିଲା। ଚାଇନା ସହ ଲାଗିଥିବା ସୀମା ବିବାଦ ଉପରେ ଆଲୋଚନା କରିବାକୁ ଅନ୍ୟ କଂଗ୍ରେସ ଏମ୍‌ପିଙ୍କ ସହ ରାହୁଲ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ପ୍ରତିରକ୍ଷା ପ୍ୟାନେଲ ଅଧ୍ୟକ୍ଷ ଜୁଏଲ ଓରାମ। ଏଥି ଯୋଗୁ […] The post ଅଧା ବୈଠକରୁ ଉଠି ଆସିଲେ ରାହୁଲୁ appeared first on Dharitri Odia News.

ଅଧା ବୈଠକରୁ ଉଠି ଆସିଲେ ରାହୁଲୁ
ନୂଆଦିଲ୍ଲୀ,୧୪।୭: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା ନ କରିବାରୁ ପ୍ରତିରକ୍ଷା କମିଟି ବୈଠକ ଅଧାରୁ ଉଠି ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ଅପରାହ୍ନ ୩ଟାରେ ଏହି ବୈଠକ ଆରମ୍ଭ ହୋଇଥିଲା। ଚାଇନା ସହ ଲାଗିଥିବା ସୀମା ବିବାଦ ଉପରେ ଆଲୋଚନା କରିବାକୁ ଅନ୍ୟ କଂଗ୍ରେସ ଏମ୍‌ପିଙ୍କ ସହ ରାହୁଲ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ପ୍ରତିରକ୍ଷା ପ୍ୟାନେଲ ଅଧ୍ୟକ୍ଷ ଜୁଏଲ ଓରାମ। ଏଥି ଯୋଗୁ କଂଗ୍ରେସର ଅନ୍ୟ ଏମ୍‌ପିମାନଙ୍କ ସହ ରାହୁଲ ବୈଠକ ଅଧାରୁ ଚାଲି ଆସିଥିଲେ। ପୂର୍ବରୁ ବୈଠକର ଏଜେଣ୍ଡାରେ ଚାଇନା ସହ ଚାଲିଥିବା ସୀମା ବିବାଦକୁ ସାମିଲ କରାଯାଇ ନ ଥିଲା। ଏଣୁ ଓରାମ ଏହାକୁ ଆଲୋଚନା ପରିସର ଭୁକ୍ତ କରି ନ ଥିଲେ। ବୈଠକର ଏଜେଣ୍ଡା ଅନୁଯାୟୀ, କେବଳ କ୍ୟାଣ୍ଟନମେଣ୍ଟ ବୋର୍ଡର କାର୍ଯ୍ୟ ଉପରେ ଆଲୋଚନା ହେବାର ଥିଲା। କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ହେଲେ ସଦସ୍ୟମାନଙ୍କୁ ୧୪ ଦିନ ପୂର୍ବରୁ ନୋଟିସ ଦେବାକୁ ପଡ଼େ। କିନ୍ତୁ ଉପରୋକ୍ତ ବିଷୟରେ ଆଲୋଚନା କରିବା ପାଇଁ କଂଗ୍ରେସ ପକ୍ଷରୁ କୌଣସି ଅଗ୍ରିମ ନୋଟିସ ଦିଆଯାଇ ନ ଥିଲା। ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ରଣନୀତି ବୈଠକରେ ଆଗାମୀ ମୌସୁମୀ ଅଧିବେଶନରେ କଂଗ୍ରେସ ଚାଇନା ସହ ଚାଲିଥିବା ସୀମା ବିବାଦ ଉଠାଇବ ବୋଲି ନିଷ୍ପତ୍ତି ହୋଇଛି। The post ଅଧା ବୈଠକରୁ ଉଠି ଆସିଲେ ରାହୁଲୁ appeared first on Dharitri Odia News.