ଅନୁଗୋଳରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ

*ଅନୁଗୋଳରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ* ଅନୁଗୋଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୫୬ଟି ପ୍ରାକ ମୋକଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୫୪ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୯ଲକ୍ଷ ୮୮ହଜାର ୩ଶହ ୨୦ ଟଙ୍କାରେ ସମାଧାନ କରାଯାଇଥିବା ବେଳେ ୨ଟି ବ୍ୟାଙ୍କ ସମ୍ପର୍କିତ ଜନ ଉପଯୋଗୀ ସେବାର ଫଇସଲା କରାଯାଇଥିଲା। ସେହିପରି ୧୫୫ଟି ବିଚାରଧିନ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୨୩ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧କୋଟି ୬୬ଲକ୍ଷ ୮୦ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୧୫ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୧୨ଲକ୍ଷ ୪୨ ହଜାର ୬୯୮ ଟଙ୍କାରେ ସମାଧାନ କରାଯାଇଥିଲା। ୨୯ଟି ଦେୱାନୀ ମାମଲାର ବିଚାର କରାଯାଇ ୧୩ ଲକ୍ଷ ୭୦ହଜାର ୪୩ ଟଙ୍କାରେ ସମାଧାନ କରାଯାଇଥିଲା। ୧୫ଟି ବିଚାରଧିନ ବ୍ୟାଙ୍କ ସମ୍ପର୍କିତ ମାମଲା ୪୯ଟି ପାରିବାରିକ ମାମଲା(ଛାଡପତ୍ର ବ୍ୟତୀତ), ୨୨ଟି ଫୌଜଦାରୀ ମାମଲା, ୨ଟି ଜମି ଅଧିଗ୍ରହଣ ମାମଲାର ସମାଧାନ କରାଯାଇଥିଲା। ଏଥି ସହିତ ୧୯୯୬ଟି ରେଭିନ୍ୟୁ କେସର ବିଚାର କରାଯାଇ ୬ ଲକ୍ଷ ୮୨ ହଜାର ୪୯୬ଟଙ୍କାରେ ସମାଧାନ କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳରେ ଥିବା ଅଦାଲତ ଗୁଡିକ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତରେ ଅନୁଗୁଳ ଅଦାଲତର ସମସ୍ତ ବିଚାରପତି, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, କୋର୍ଟ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ସରକାରଙ୍କ ସମସ୍ତ ପ୍ରକାରର କାରୋନା ନିୟମ ଓ କଟକଣାକୁ ଅବଲମ୍ବନ କରି ଏହି ଲୋକ ଅଦାଲତଟି ଆୟୋଜନ କରାଯାଇ ଥିଲା। ଏହାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପରିଚାଳନା କରିଥିଲେ। ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ଅନୁଗୋଳରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ