ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଘୋଷଣା କରାଯାଇଛି । ଏସବୁ ନୂଆ ଗାଇଡଲାଇନ ଅଗଷ୍ଟ ୮ରୁ ଲାଗୁ ହେବ । ଏହି ନୂଆ ନିୟମ ଅନୁସାରେ ଯାତ୍ରୀମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏକ ଆତ୍ମ-ଘୋଷଣା ଫର୍ମରେ ସେମାନେ ଦର୍ଶାଇବେ ଯେ ସେମାନେ ପହଞ୍ଚିବା ପରେ ନିଜ ଖର୍ଚ୍ଚରେ ୭ ଦିନଆ କ୍ୱାରାଣ୍ଟାଇନ ଓ ଆଉ ୭ ଦିନ ଘରେ ରହିବେ । କେତେକ ସ୍ୱତନ୍ତ୍ର […]

ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ ଘୋଷଣା କଲା କେନ୍ଦ୍ର
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଘୋଷଣା କରାଯାଇଛି । ଏସବୁ ନୂଆ ଗାଇଡଲାଇନ ଅଗଷ୍ଟ ୮ରୁ ଲାଗୁ ହେବ । ଏହି ନୂଆ ନିୟମ ଅନୁସାରେ ଯାତ୍ରୀମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏକ ଆତ୍ମ-ଘୋଷଣା ଫର୍ମରେ ସେମାନେ ଦର୍ଶାଇବେ ଯେ ସେମାନେ ପହଞ୍ଚିବା ପରେ ନିଜ ଖର୍ଚ୍ଚରେ ୭ ଦିନଆ କ୍ୱାରାଣ୍ଟାଇନ ଓ ଆଉ ୭ ଦିନ ଘରେ ରହିବେ । କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଯେପରିକି ଗର୍ଭାବତୀ ମହିଳା, ୧୦ ବର୍ଷ ପର୍ଯ୍ୟନ୍ତ ଶିଶୁ, ରୋଗୀ, ପରିବାରରେ ମୃତ୍ୟୁହୋଇଥିଲେ, ସଂପୃକ୍ତ ଯାତ୍ରୀ ନିଜ ଘରେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରହିପାରିବେ । ଯଦି ସେମାନେ ଏହି ରିହାତି ପାଇବାକୁ ଚାହୁଁଛନ୍ତି ସେମାନେ ଏକ ଅନଲାଇନ ପୋର୍ଟାଲ (www.newdelhiairport.in) ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏକ ଆତ୍ମ-ଘୋଷଣା ଫର୍ମରେ ସେମାନେ ସେ ସଂପର୍କରେ ଦର୍ଶାଇବେ ।