ଅନ୍ଧାରୁଆ, ଚନ୍ଦକା ଓ ଆଖପାଖ ଗାଁ ଗୁଡିକ ମୋ ବସ ସେବାରୁ ବଞ୍ଚିତ

ଭୁବନେଶ୍ୱରକୁ ସ୍ମାର୍ଟ ସିଟି ବୋଲି କୁହାଯାଏ |କିନ୍ତୁ ଏହି ସ୍ମାର୍ଟ ସିଟି ଭିତରେ ଅନେକ ସିଟି ବସ୍ ଚାଲିଥାଏ କିନ୍ତୁ ଭରତପୁର, ଅନ୍ଧାରୁଆ, ଚନ୍ଦକା ଓ ଆଖପାଖ ଗାଁକୁ ସିଟି ବସ୍ ସୁବିଧା ନଥାଏ | ଯାହାଫଳରେ ଅନେକ ଲୋକ ମୋ ବସ୍ ସେବାରୁ ବଞ୍ଚିତ | ଅନେକ ସମୟରେ କଲେଜ ପଢୁଆ ଛାତ୍ରଛାତ୍ରୀ ମାନେ ଅଟୋକୁ ଅପେକ୍ଷା କରି କରି ସେମାନଙ୍କ ଗୋଡ଼ ପଛକେ ବିନ୍ଧିବାକୁ ଲାଗେ କ୍ଲାସ ପଛକେ ମିସ୍ ହୋଇଯାଏ କିନ୍ତୁ ଗାଡି ମିଳେନି | ଅନେକ ଲୋକମାନେ ଏଠି ଅଫିସ ଯିବାକୁ ସାଧାରଣ କର୍ମଚାରୀ ମାନେ ବି ସେମାନଙ୍କ କର୍ମ ସଂସ୍ଥାନକୁ ଯିବା ଆସିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଅନ୍ଧାରୁଆ ଗ୍ରାମରେ ପ୍ରାୟ ପାଞ୍ଚ ହଜାର ଲୋକ ବସବାସ କରନ୍ତି ଆଉ ତାର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅନେକ ଲୋକ ରୁହନ୍ତି କିନ୍ତୁ ସବୁବେଳେ କୁଆଡେ ଯିବାକୁ ହେଲେ କିମ୍ବା ଆସିବାକୁ ହେଲେ ମୋ ବସ୍ କୌଣସି ସୁବିଧା ନଥାଏ | ତେବେ ଏଠାରେ ଅଭିଯୋଗ କରିବାକୁ କେହି ନାହିଁ କେବଳ ଏୟା କୁହନ୍ତି ଯେ ମୋ ଗାଁକୁ କେବେ ମୋ ସରକାର ମୋ ବସ୍ ସୁବିଧା ଯୋଗାଇ ଦେବେ | ଯଦି ସରକାର ଏହି ସବୁ ଗ୍ରାମ ଗୁଡିକୁ ମୋ ବସ୍ ସେବା ଯୋଗାଇ ଦିଅନ୍ତେ ତେବେ ଅନେକ ଗ୍ରାମବାସୀ ଉପକୃତ ହୁଅନ୍ତେ |

ଅନ୍ଧାରୁଆ, ଚନ୍ଦକା ଓ ଆଖପାଖ ଗାଁ ଗୁଡିକ ମୋ ବସ ସେବାରୁ ବଞ୍ଚିତ