ଅନ୍ଧାରରେ ବଦଳାଉଛି ରୂପ, ବଦଳିଯାଉଛି ଆକାର: ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିରଳ ଏଣ୍ଡୁଅକୁ ଦେଖିବାକୁ ଲୋକଙ୍କ ଭିଡ

ପଟ୍ଟାମୁଣ୍ଡାଇ ୧୭।୮: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଗଙ୍ଗରାମପୁର ଗ୍ରାମ ପଞ୍ଚୟତ ଗୁଣୁପୁରପଟଣା ଗାଁରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର ହୋଇଛି । ଏହି ଏଣ୍ଡୁଅ ଅନ୍ଧାର ହେଲେ ତାର ରୂପ ବଦଳାଉ ଥିବା ଜଣାପଡିଛି । ଏହାସହ ଶରୀରକୁ ଗୋଲାକାର କରିଦେଉଛି । ଗାଁର ସଂଜୀବ ତରାଇଙ୍କ ବାଡିରେ ଏଣ୍ଡୁଅଟି ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ସଂଜୀବ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ରାଜନଗର ବନଖଣ୍ଡ […]

ଅନ୍ଧାରରେ ବଦଳାଉଛି ରୂପ, ବଦଳିଯାଉଛି ଆକାର: ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିରଳ ଏଣ୍ଡୁଅକୁ ଦେଖିବାକୁ ଲୋକଙ୍କ ଭିଡ
ପଟ୍ଟାମୁଣ୍ଡାଇ ୧୭।୮: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଗଙ୍ଗରାମପୁର ଗ୍ରାମ ପଞ୍ଚୟତ ଗୁଣୁପୁରପଟଣା ଗାଁରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର ହୋଇଛି । ଏହି ଏଣ୍ଡୁଅ ଅନ୍ଧାର ହେଲେ ତାର ରୂପ ବଦଳାଉ ଥିବା ଜଣାପଡିଛି । ଏହାସହ ଶରୀରକୁ ଗୋଲାକାର କରିଦେଉଛି । ଗାଁର ସଂଜୀବ ତରାଇଙ୍କ ବାଡିରେ ଏଣ୍ଡୁଅଟି ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ସଂଜୀବ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ରାଜନଗର ବନଖଣ୍ଡ ଅଫିସର କର୍ମଚାରୀ ଆସି ଏଣ୍ଡୁଅକୁ ଉଦ୍ଧାର କରିଥିବା ଜଣାପଡିଛି । ଏହି ବିରଳ ପ୍ରଜାତିର ଏଣ୍ଡୁଅକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି ।