ଅନଲାଇନ୍‌ରେ ପରଟା ଅର୍ଡର କରିଥିଲେ ଯୁବତୀ, ଖାଦ୍ୟ ପ୍ୟାକେଟ୍ ଖୋଲି ଦେଖିଲା ପରେ ହୋଇଗଲେ ଆଶ୍ଚର୍ଯ୍ୟ

ଥିରୁଅନନ୍ତପୁରମ୍ ୯।୫: ଆଜିକାଲି ଅନଲାଇନ୍‌ରେ ଖାଦ୍ୟ ମଗାଇବା ସାଧାରଣ କଥା ହୋଇଗଲାଣି । ବଡ ବଡ ସହର ସହ ଏବେ ଛୋଟ ଛୋଟ ସହରରେ ମଧ୍ୟ ଅନଲାଇନ୍ ଖାଦ୍ୟ ଡେଲିଭରି ହେବାକୁ ଲାଗିଲାଣି । କିନ୍ତୁ କେରଳରେ ଖାଦ୍ୟ ଡେଲିଭରୀକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କେରଳ ଥିରୁଅନନ୍ତପୁରମ୍‌ରେ ଜଣେ ଯୁବତୀ ପରିବାର ପାଇଁ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ । ଯୁବତୀ ଜଣଙ୍କ ଅନଲାଇନ୍‌ରେ ପରଟା ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ପରଟା ଡେଲିଭରି ହେଲା ସେତେବେଳେ ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ଯେତେବେଳେ ଯୁବତୀ ଜଣଙ୍କ ଖାଦ୍ୟ ପ୍ୟାକେଟ୍ ଖୋଲିଥିଲେ ତାହା ଯେଉଁ ଖବରକାଗଜରେ ଗୁଡାଇ ହୋଇ ଥିଲା ସେଥିରେ ସାପ କାତି ଲାଗିଥିଲା । ଖାଦ୍ୟରେ ସାପ କାତି ଥିବା ଦେଖି ପରିବାରଲୋକ ଥାନାରେ ଅଭିଯୋଗ କରିଦେଇଥିଲେ । Hotel in Kerala's Thiruvananthapuram has been temporarily shut after a customer allegedly found a part of a snake skin packed into her food. The snake skin was found in the newspaper that was used to pack the parottas, following which the food safety officials were alerted.???? pic.twitter.com/WZXi30fVzd— Tushar Kant Naik ॐ♫₹ (@Tushar_KN) May 6, 2022 ଯୁବତୀଙ୍କ ପରିବାରଲୋକଙ୍କ ଅଭିଯୋଗ ଅନୁସାରେ ହୋଟେଲକୁ ପୋଲିସ ଅସ୍ଥାୟୀ ଭାବେ ବନ୍ଦ କରିଦେଇଥିଲା । ଏହାସହ ହୋଟେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ, ଯେତେବେଳ ପର୍ଯ୍ୟନ୍ତ ହୋଟେଲର ସଫାସଫି ନହୋଇଯାଏ ସେତେଦିନ ପର୍ଯ୍ୟନ୍ତ ହୋଟେଲ ବନ୍ଦ ରହିବ । ଏହାପରେ ଫୁଡ୍ ସେଫ୍ଟି ଅଫିସର କହିଥିଲେ ଯେ, ଆମେ ତୁରନ୍ତ ହୋଟେଲ ପରିଦର୍ଶନ କରିଥିଲୁ । ସେଠାରେ ଖରାପ ସ୍ଥିତିରେ କାମ କରାଯାଉଛି । ରୋଷେଇ ଘରେ ପର୍ଯ୍ୟାପ୍ତ ଲାଇଟ୍‌ର ସୁବିଧା ନାହିଁ । ଅଳିଆ ଆବର୍ଜନା ବାହାରେ ଫିଙ୍ଗାଯାଇଛି । ଆଉଟଲେଟ୍‌କୁ ତୁରନ୍ତ ବନ୍ଦ କରିଦିଆଯାଇଛି । କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି ।