ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କକୁ ବିରୋଧ କରୁଥିବାରୁ ୨ ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !

ଅନୁଗୁଳ: ସ୍ତ୍ରୀ ଓ ତାଙ୍କ ଦୁଇ ଝିଅଙ୍କର ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କକୁ ବିରୋଧ କରୁଥିବାରୁ ସ୍ବାମୀଙ୍କୁ ସେମାନେ ମିଶି ହତ୍ୟା କରିବା ଘଟଣା ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ,  ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲାର ସମଲ ଥାନା ଅନ୍ତର୍ଗତ ସିଲିଂ ଗାଁରେ ୨ ଝିଅଙ୍କ ସହ ମିଶି ସ୍ବାମୀ ସୁନଦ ପ୍ରଧାନ(୫୧)ଙ୍କୁ ହତ୍ୟା ସ୍ତ୍ରୀ ହତ୍ୟା କରିଛନ୍ତି। ଏହାପରେ ସମଲ ଥାନାରେ ଅଭିଯୁକ୍ତ ସ୍ତ୍ରୀ ଭାରତୀ ପ୍ରଧାନ(୪୫), […]

ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କକୁ ବିରୋଧ କରୁଥିବାରୁ ୨ ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
ଅନୁଗୁଳ: ସ୍ତ୍ରୀ ଓ ତାଙ୍କ ଦୁଇ ଝିଅଙ୍କର ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କକୁ ବିରୋଧ କରୁଥିବାରୁ ସ୍ବାମୀଙ୍କୁ ସେମାନେ ମିଶି ହତ୍ୟା କରିବା ଘଟଣା ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ,  ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲାର ସମଲ ଥାନା ଅନ୍ତର୍ଗତ ସିଲିଂ ଗାଁରେ ୨ ଝିଅଙ୍କ ସହ ମିଶି ସ୍ବାମୀ ସୁନଦ ପ୍ରଧାନ(୫୧)ଙ୍କୁ ହତ୍ୟା ସ୍ତ୍ରୀ ହତ୍ୟା କରିଛନ୍ତି। ଏହାପରେ ସମଲ ଥାନାରେ ଅଭିଯୁକ୍ତ ସ୍ତ୍ରୀ ଭାରତୀ ପ୍ରଧାନ(୪୫), ଝିଅ ବୁନୁ(୨୪) ଓ ଲୁନୁ(୨୦) ଆତ୍ମସମର୍ପଣ କରିଛନ୍ତି । ସ୍ତ୍ରୀ ଭାରତୀ ପ୍ରଧାନ ନିଜେ କେବଳ ଏହି ହତ୍ୟା କରିଥିବା କହୁଥିବା ହେତୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି। image source-angulpolice.nic.inଅପରପକ୍ଷରେଏନେଇ ମୃତକ ସୁନନ୍ଦଙ୍କର ଭଉଣୀ ଲୋଚନଙ୍କ ଅଭିଯୋଗ କରିଛନ୍ତି ଯେ ସ୍ତ୍ରୀ ଭାରତୀ ଓ ତାଙ୍କ ଦୁଇ ଝିଅ ବୁନୁ(୨୪) ଓ ଲୁନୁ ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କ ରଖୁଥିବାରୁ ଏହାକୁ ବିରୋଧ କରିଆସୁଥିଲେ ସୁନଦ। ଏଣୁ ସେମାନେ ସବୁଦିନ ପାଇଁ ସୁନଦଙ୍କୁ ରାସ୍ତାରୁ ଥିବାରୁ ହଟାଇବା ଲାଗି କିଛି ଗୁଣ୍ଡାମାନଙ୍କ ସହ ମିଶି କାନ୍ଥରେ ମୁଣ୍ଡକୁ ବାଡ଼େଇ ବାଡ଼େଇ ମାରି ଦେଇଛନ୍ତି। ସମଲ ଥାନା ପୁଲିସ୍ ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଣାଯାଇଛି।