ଅପେକ୍ଷାର ଅନ୍ତ, ଆସିଲା ଭାକସିନ୍ : ଭାରତରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୦୩/୦୧:  କେନ୍ଦ୍ର ସରକାର କରୋନା ଭାକସିନ୍ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଡିଜିସିଆଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀର ଏହି ବଡ ଘୋଷଣା କରିଛନ୍ତି । ଦେଶରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଁଚିଛି । ଡ୍ରାଏ ରନ୍ ଚାଲିଛି । ଦୁଇଟି ଭାକସିନକୁ ମଞ୍ଜୁରୀ ମଧ୍ୟ ମିଳିସାରିଛି । ଲୋକଙ୍କ ପାଖରେ କିପରି ଭାକସିନ୍ ଠିକସେ ପହଁଚିବ ସେନେଇ ବନ୍ଦୋବସ୍ତ ଚାଲିଛି । ନକ୍ସଲ ପ୍ରଭାବିତ ଜିଲ୍ଲାରେ ମଧ୍ୟ ଟିକାକରଣ କିପରି ହେବ ସେନଇ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳିନ ବ୍ୟବହାର ପାଇଁ ସୁପାରିଶ କରାଯାଇଥିଲା । ଯାହାକୁ ଡିଜିସିଆଇ ଅନୁମତି ପ୍ରଦାନ କରିଛନ୍ତି । ରବିବାର ଡିଜିସିଆଇ ପକ୍ଷରୁ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।