ଅବୈଧ ସଂପର୍କରେ ସ୍ବାମୀ ସାଜିଲା କଣ୍ଟା, ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ତ୍ରୀ : ୪ ବର୍ଷର ଝିଅ ଖୋଲିଦେଲା ରହସ୍ୟ

ଶହଡୋଲା ୧୫।୧: ସ୍ବାମୀଙ୍କୁ ମାରିଦେଲ ସ୍ତ୍ରୀ । ପ୍ରେମିକ ସହ ମିଶି ନିଜ ଝିଅ ଆଗରେ ସ୍ବାମୀଙ୍କୁ କଲା ହତ୍ୟା । ହତ୍ୟାକାଣ୍ଡକୁ ଦୁର୍ଘଟଣା ନାଁ ଦେବା ପାଇଁ ରଚିଥିଲା ଷଡଯନ୍ତ୍ର । ମାତ୍ର ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସ୍ତ୍ରୀର ଏଭଳି ଷଡଯନ୍ତ୍ର ଧରାପଡିଗଲା ପୋଲିସ ଆଖିରେ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲା ବୁଢାରରେ । ପୋଲିସ ହତ୍ୟାକାରୀ ସ୍ତ୍ରୀ ଓ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ଜାତୀୟ ରାଜପଥ ପକରିଆ ଅଞ୍ଚଳରେ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ନେଇ ପୋଲିସ ଖବର ପଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ମୁକେଶଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ସ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ରାତିରେ ସେ, ତାଙ୍କ ସ୍ବାମୀ ଓ ତାଙ୍କ ଝିଅ ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା । ମୁକେଶଙ୍କ ସ୍ତ୍ରୀ ଏବଂ ଝିଅ ସମ୍ପୂର୍ଣ୍ଣ ଠିକ୍ ଥିବା ବେଳେ ମୁକେଶଙ୍କର ଏଭଳି ଅବସ୍ଥା କିପରି ହେଲା ତାହା ପୋଲିସକୁ ଆଶ୍ଚର୍ଯ୍ୟ କରିଥିଲା । ପୋଲିସ ପଚାରିବାରୁ ମହିଳା ଜଣଙ୍କ କହିଥିଲେ ଫେରିବା ବାଟରେ ତାଙ୍କଠାରୁ ଲୁଟ୍ ଉଦ୍ୟମ କରିଥିଲେ କିଛି ଲୋକ । ତାପରେ ସେମାନଙ୍କ ସହ ମାରପିଟ୍ ମଧ୍ୟ ହୋଇଥିଲା । ତାପରେ ସେମାନେ ମୁକେଶଙ୍କ ବାଇକ୍ ଏବଂ ମୋବାଇଲ ଛଡାଇ ନେଇ ପଳାଇଥିଲେ । ମାତ୍ର ଭୟଭୀତ ଅବସ୍ଥାରେ ଥିବା ତାଙ୍କ ଛୋଟ ଝିଅଟି ସବୁ ଘଟଣା ପୋଲିସ ଆଗରେ କହିଦେଇଥିଲା । ପୋଲିସ ମହିଳାଙ୍କ ଉପରେ ସନ୍ଦେହ କରି ପଚରାଉଚରା ପରେ ମହିଳା ଜଣଙ୍କ ସତ ମାନି ଯାଇଥିଲେ । ସେ ତାଙ୍କ ଭାଇର ଶଳା ଏବଂ ତାଙ୍କ ସାଙ୍ଗ ସହ ମିଶି ସ୍ବାମୀଙ୍କୁ ମାରିଦେଇଛନ୍ତି । ମୁକେଶଙ୍କ ସ୍ତ୍ରୀଙ୍କର ତାଙ୍କ ଭାଇଙ୍କ ଶଳା ସହ ଅବୈଧ ସଂପର୍କ ଥିଲା । ମୁକେଶ ସେମାନଙ୍କ ମଧ୍ୟରେ କଣ୍ଟା ହୋଇଥିଲା । ତେଣୁ ଉଭୟ ତାକୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଥିଲେ ।