ଅଷ୍ଟ୍ରେଲିଆ ପଠାଇବ ୪୭୨ ଆଥଲେଟ୍‌

ସିଡ୍‌ନୀ, ୬ା୭ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଅଷ୍ଟ୍ରେଲିଆ ୪୭୨ ଆଥଲେଟ୍‌ ପଠାଇବ। ୨୦୦୪ ଏଥେନ୍ସ ଗେମ୍ସ ପରେ କୌଣସି ଅଲିମ୍ପିକ୍ସ ପାଇଁ ଅଷ୍ଟ୍ରେଲିଆର ଏହା ଦ୍ୱିତୀୟ ବୃହତ୍ତମ ଦଳ। ଏହି ଦଳରେ ୨୫୪ ମହିଳା ଓ ୨୧୮ ପୁରୁଷ ଆଥଲେଟ୍‌ ରହିଛନ୍ତି। ଏଥେନ୍ସକୁ ଅଷ୍ଟ୍ରେଲିଆ ୪୮୨ ଆଥଲେଟ୍‌ ପଠାଇଥିଲା। ଅଷ୍ଟ୍ରେଲୀୟମାନେ ଅଲିମ୍ପିକ୍ସରେ ସାମିଲ ୪ ନୂଆ କ୍ରୀଡ଼ା କରାଟେ, ସ୍କେଟବୋର୍ଡିଂ, ସ୍ପୋର୍ଟ କ୍ଲାଇମ୍ବିଂ ଓ ସର୍ଫିଂ ସମେତ ୩୩ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଇଆନ ଚେଷ୍ଟରମ୍ୟାନ ଦଳର ଚିଫ୍‌ […] The post ଅଷ୍ଟ୍ରେଲିଆ ପଠାଇବ ୪୭୨ ଆଥଲେଟ୍‌ appeared first on Dharitri Odia News.

ଅଷ୍ଟ୍ରେଲିଆ ପଠାଇବ ୪୭୨ ଆଥଲେଟ୍‌
ସିଡ୍‌ନୀ, ୬ା୭ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଅଷ୍ଟ୍ରେଲିଆ ୪୭୨ ଆଥଲେଟ୍‌ ପଠାଇବ। ୨୦୦୪ ଏଥେନ୍ସ ଗେମ୍ସ ପରେ କୌଣସି ଅଲିମ୍ପିକ୍ସ ପାଇଁ ଅଷ୍ଟ୍ରେଲିଆର ଏହା ଦ୍ୱିତୀୟ ବୃହତ୍ତମ ଦଳ। ଏହି ଦଳରେ ୨୫୪ ମହିଳା ଓ ୨୧୮ ପୁରୁଷ ଆଥଲେଟ୍‌ ରହିଛନ୍ତି। ଏଥେନ୍ସକୁ ଅଷ୍ଟ୍ରେଲିଆ ୪୮୨ ଆଥଲେଟ୍‌ ପଠାଇଥିଲା। ଅଷ୍ଟ୍ରେଲୀୟମାନେ ଅଲିମ୍ପିକ୍ସରେ ସାମିଲ ୪ ନୂଆ କ୍ରୀଡ଼ା କରାଟେ, ସ୍କେଟବୋର୍ଡିଂ, ସ୍ପୋର୍ଟ କ୍ଲାଇମ୍ବିଂ ଓ ସର୍ଫିଂ ସମେତ ୩୩ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଇଆନ ଚେଷ୍ଟରମ୍ୟାନ ଦଳର ଚିଫ୍‌ ଡି’ ମିଶନ ରହିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଥର ଅଲିମ୍ପିକ୍ସକୁ ୫୩.୫% ସବୁଠାରୁ ଅଧିକ ମହିଳା ଆଥଲେଟ୍‌ ପଠାଇଛି। ପୂର୍ବରୁ ରିଓ ଡି ଜେନିରୋରେ ଦଳରେ ମହିଳା ଆଥଲେଟ୍‌ଙ୍କ ସଂଖ୍ୟା ୫୦.୯୦% ରହିଥିଲା। ଅଷ୍ଟ୍ରେଲୀୟ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠାରୁ ବୟସ୍କ ହେଉଛନ୍ତି ୬୬ ବର୍ଷୀୟା ଅଶ୍ୱାରୋହୀ ମ୍ୟାରି ହାନା। ସେ ଡ୍ରେସେଜ ଇଭେଣ୍ଟରେ ଭାଗ ନେବେ। ଇଭେଣ୍ଟିଂରେ ଭାଗ ନେବାକୁ ଥିବା ଅନ୍ୟଜଣେ ଅଶ୍ୱାରୋହୀ ଆଣ୍ଡ୍ର୍ୟୁ ହଏଙ୍କର ଏହା ହେବ ୮ମ ଅଲିମ୍ପିକ। ଅଷ୍ଟ୍ରେଲିଆର ଆଥଲେଟିକ୍ସରେ ସବୁଠାରୁ ଅଧିକ ୬୩ ପ୍ରତିଯୋଗୀ ରହିଛନ୍ତି। The post ଅଷ୍ଟ୍ରେଲିଆ ପଠାଇବ ୪୭୨ ଆଥଲେଟ୍‌ appeared first on Dharitri Odia News.