ଆଇପିଏଲ୍: ପୁଣି ବିଜୟ ହାତଛଡ଼ା କଲା ହାଇଦ୍ରାବାଦ, ଆରସିବିର କ୍ରମାଗତ ଦ୍ୱିତୀୟ ବିଜୟ

ଚେନ୍ନାଇ – କୋଲକାତା ବିପକ୍ଷ ପ୍ରଥମ ମ୍ୟାଚ୍ ଭଳି ବୁଧବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ବି ସନରାଇଜର୍ସ ହାଇଦ୍ରାବାଦ ଜିତିବା ସ୍ଥିତିରୁ ହାରିଛି । ଏହି ରୋମାଞ୍ଚକ ମ୍ୟାଚରେ ହାଇଦ୍ରାବାଦକୁ ୬ ରନରେ ହରାଇ ଆରସିବି ଚଳିତ ଆଇପିଏଲରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଅନ୍ୟପକ୍ଷେ ହାଇଦ୍ରାବାଦର ଏହା ଲଗାତର ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୯ […] The post ଆଇପିଏଲ୍: ପୁଣି ବିଜୟ ହାତଛଡ଼ା କଲା ହାଇଦ୍ରାବାଦ, ଆରସିବିର କ୍ରମାଗତ ଦ୍ୱିତୀୟ ବିଜୟ appeared first on The News Room.

ଆଇପିଏଲ୍: ପୁଣି ବିଜୟ ହାତଛଡ଼ା କଲା ହାଇଦ୍ରାବାଦ, ଆରସିବିର କ୍ରମାଗତ ଦ୍ୱିତୀୟ ବିଜୟ
ଚେନ୍ନାଇ – କୋଲକାତା ବିପକ୍ଷ ପ୍ରଥମ ମ୍ୟାଚ୍ ଭଳି ବୁଧବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ବି ସନରାଇଜର୍ସ ହାଇଦ୍ରାବାଦ ଜିତିବା ସ୍ଥିତିରୁ ହାରିଛି । ଏହି ରୋମାଞ୍ଚକ ମ୍ୟାଚରେ ହାଇଦ୍ରାବାଦକୁ ୬ ରନରେ ହରାଇ ଆରସିବି ଚଳିତ ଆଇପିଏଲରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଅନ୍ୟପକ୍ଷେ ହାଇଦ୍ରାବାଦର ଏହା ଲଗାତର ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୯ ରନ୍ କରିଥିଲା । ଏହାର ଜବାବରେ ହାଇଦ୍ରାବାଦ ଏକଦା ୯୬ ରନରେ ଗୋଟିଏ ୱିକେଟ୍ ହରାଇ ବିଜୟ ଆଡକୁ ଅଗ୍ରସର ହେଉଥିଲା । ହେଲେ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ୱିକେଟ୍ ହରାଇବା ପରେ ହାଇଦ୍ରାବାଦର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ଦଳ ମାତ୍ର ୪୬ ରନ୍ ବ୍ୟବଧାନରେ ୮ଟି ୱିକେଟ୍ ହରାଇ ବିଜୟ ହାତଛଡ଼ା କରିଥିଲା । ୧୫୦ ରନର ବିଜୟଲକ୍ଷ୍ୟ ଜବାବରେ ହାଇଦ୍ରାବାଦ ୯ ୱିକେଟ୍ ହରାଇ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ତରଫରୁ ଅଧିନାୟକ ୱାର୍ଣ୍ଣର ୫୪ ରନ୍ କରିଥିବା ବେଳେ ମନୀଷ ପାଣ୍ଡେ ୩୮ ଏବଂ ରସିଦ ଖାନ୍ ୧୭ ରନ୍ କରିଥିଲେ । ଆରସିବି ପକ୍ଷରୁ ଯୁବ ଅଲରାଉଣ୍ଡର ଶାହବାଜ ଅହମ୍ମଦ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ହର୍ଷଲ ପଟେଲ୍ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ପୂର୍ବରୁ ସନରାଇଜର୍ସ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଆରସିବି ଆରମ୍ଭରୁ ୱିକେଟ୍ ହରାଇ ଥିଲା। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କ୍ୱାରେଣ୍ଟାଇନ୍ ପିରିୟଡ୍ ସାରି କମବ୍ୟାକ୍ କରିଥିବା ଦେବଦତ୍ତ ପାଡିକଲ୍ ନିରାଶ କରିଥିଲେ। ସେ ମାତ୍ର ୧୧ ରନ୍ କରିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶାହବାଜ ଅହମଦ ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ସେ ବ୍ୟକ୍ତିଗତ ୧୪ ରନ୍ କରି ଶାହବାଜ ନଦୀମଙ୍କ ବଲରେ ଆଉଟ୍ ହୋଇଥିଲା। କ୍ୟାପଟେନ୍ ବିରାଟ୍ କୋହଲି ଓ ଚଳିତ ଆଇପିଏଲର ଦ୍ୱିତୀୟ ମହଙ୍ଗା ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲ୍ ଦଳକୁ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ରନ୍ ଗତିକୁ ବଢ଼ାଇବା ସହ ଦଳକୁ ଚ୍ୟାଲେଞ୍ଜିଂ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ଟିମର ସ୍କୋର ୯୧ ଥିବା ବେଳେ କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଜେସନ୍ ହୋଲ୍ଡର। କୋହଲି ୨୯ ବଲରେ ୪ ଚୌକା ସହ ୩୩ ରନ୍ କରିଥିଲେ। କୋହଲିଙ୍କ ଆଉଟ୍ ପରେ ଗୋଟିଏ ପଟେ ମ୍ୟାକ୍ସୱେଲ୍ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଲଗାତର ୱିକେଟ ପତନ ହେବାରେ ଲାଗିଥିଲା। ଆରସିବିର ପ୍ରଥମ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ଏବି ଡି’ଭିଲିୟର୍ସ ମାତ୍ର ୧ ରନ୍ କରି ରଶିଦ୍ ଖାନଙ୍କ ବଲରେ ୱାର୍ଣ୍ଣରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ୱାଶିଂଟନ୍ ସୁନ୍ଦର (୮) ଓ ଡାନିଏଲ୍ କ୍ରିଷ୍ଟିଆନ୍ (୧) ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ। କାଇଲ୍ ଜେମିସନ୍ ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ମ୍ୟାକ୍ସୱେଲ୍ ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ନେଇଥିଲେ। ହାଇଦ୍ରାବାଦ ପକ୍ଷରୁ ରଶିଦ୍ ଖାନ୍ ଓ ହୋଲ୍ଡର ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଶାହବାଜ୍ ନଦୀମ ଓ ଟି. ନଟରାଜନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ । The post ଆଇପିଏଲ୍: ପୁଣି ବିଜୟ ହାତଛଡ଼ା କଲା ହାଇଦ୍ରାବାଦ, ଆରସିବିର କ୍ରମାଗତ ଦ୍ୱିତୀୟ ବିଜୟ appeared first on The News Room.