ଆଇପିଏଲ ୨୦୨୧ : ସନ୍ଧ୍ୟାରେ ମୁମ୍ବାଇ-ବେଙ୍ଗାଲୁରୁ ହାଇଭୋଲଟେଜ୍ ମୁକାବିଲା, ମୁହାଁମୁହିଁ ହେବେ ବିରାଟ ଓ ରୋହିତ

ନୂଆଦିଲ୍ଲୀ, ୨୬।୦୯ : ଆଇପିଏଲ୍‌ର ୩୯ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟ ଧାରାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବାରୁ ରବିବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଦ୍ୱିତୀୟ ଭାଗରେ ଉଭୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଦଳ ଇତି ମଧ୍ୟରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଛନ୍ତି । ପଏଣ୍ଟ ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ତୃତୀୟ(୧୦ ପଏଣ୍ଟ) ଓ ମୁମ୍ବାଇ ଇଣ୍ଡିଆନ୍ସ(୮ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ସମ୍ପ୍ରତି ‘କର ବା ମର’ ସ୍ଥିତିରେ ରହିଛି । କୋହଲି ବାହିନୀକୁ ଭେଟିବା ପୂର୍ବରୁ ଦଳକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ ।ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍‌ କରାଇଥିବା ମଧ୍ୟକ୍ରମ ବ୍ୟାଟିଂ ବିଭାଗ ଫର୍ମରେ ନଥିବାରୁ ବିଜୟ କଷ୍ଟକର ହେଉଛି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ୍ତ କିଷନ ଫର୍ମକୁ ଫେରିବା ଦଳ ପାଇଁ ଅତ୍ୟନ୍ତ ଜରୁରୀ । ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍‌ ହୋଇଥିଲେ ହେଁ ରବିବାର ଖେଳିବା ନେଇ ଆଶଙ୍କା ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ପୂର୍ବଭଳି ସନ୍ତୁଳିତ ରହିଛି । ତଥାପି ଦୁଇ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ଏବି ଡି ଭିଲର୍ସ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ରହିଛି । ଉଭୟ ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । ତେଣୁ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଉପରେ ବିଜୟ ନିର୍ଭର କରିବ।