ଆଇପିଏଲ୍‌: ୱାର୍ଣ୍ଣର ହଟିଲେ, କେନ୍ ୱିଲିୟମସନ୍ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପଦରୁ ଡେଭିଡ୍ ୱାର୍ଣ୍ଣରଙ୍କୁ ହଟାଇ ଦିଆଯାଇଛି । ଚଳିତ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ପାଇଁ କେନ୍ ୱିଲିୟମସନଙ୍କୁ ଦଳ ଏହାର ଅଧିନାୟକ ଭାବେ ନିଯୁକ୍ତ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ୱାର୍ଣ୍ଣର ପ୍ରଥମ ୬ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଛନ୍ତି । ହାଇଦ୍ରାବାଦ୍ ଏଯାବତ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ୬ଟି ମ୍ୟାଚ୍‌ରୁ ପାଞ୍ଚଟି ହାରିଥିବା ବେଳେ ମାତ୍ର ଗୋଟିଏ ଜିତିଛି । ହାଇଦ୍ରାବାଦ୍ ନିଜ ଟ୍ୱିଟର ପେଜ୍‌ରେ ନୂଆ […] The post ଆଇପିଏଲ୍‌: ୱାର୍ଣ୍ଣର ହଟିଲେ, କେନ୍ ୱିଲିୟମସନ୍ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ appeared first on The News Room.

ଆଇପିଏଲ୍‌: ୱାର୍ଣ୍ଣର ହଟିଲେ, କେନ୍ ୱିଲିୟମସନ୍ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ
ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପଦରୁ ଡେଭିଡ୍ ୱାର୍ଣ୍ଣରଙ୍କୁ ହଟାଇ ଦିଆଯାଇଛି । ଚଳିତ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ପାଇଁ କେନ୍ ୱିଲିୟମସନଙ୍କୁ ଦଳ ଏହାର ଅଧିନାୟକ ଭାବେ ନିଯୁକ୍ତ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ୱାର୍ଣ୍ଣର ପ୍ରଥମ ୬ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଛନ୍ତି । ହାଇଦ୍ରାବାଦ୍ ଏଯାବତ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ୬ଟି ମ୍ୟାଚ୍‌ରୁ ପାଞ୍ଚଟି ହାରିଥିବା ବେଳେ ମାତ୍ର ଗୋଟିଏ ଜିତିଛି । ହାଇଦ୍ରାବାଦ୍ ନିଜ ଟ୍ୱିଟର ପେଜ୍‌ରେ ନୂଆ ଅଧିନାୟକ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛି । ଏଥିରେ କୁହାଯାଇଛି ଯେ, ଆସନ୍ତାକାଲି ଖେଳାଯିବାକୁ ଥିବା ମ୍ୟାଚ୍‌ରୁ ଟୁର୍ଣ୍ଣାମେଣ୍ଟ ଶେଷ ଯାଏଁ ୱିଲିୟମସନ୍ ଦଳର ନେତୃତ୍ୱ ନେବେ । ପରବର୍ତ୍ତୀ ମ୍ୟାଚ୍‌ରେ ବିଦେଶୀ ଖେଳାଳିଙ୍କ କମ୍ବିନେସନ୍‌ରେ ବି ପରିବର୍ତ୍ତନ କରାଯିବ ବୋଲି ଦଳ ସଙ୍କେତ ଦେଇଛି । ଅଧିନାୟକ ବଦଳାଇବା ନିଷ୍ପତ୍ତି ସହଜ ନଥିଲା । ଗତ କିଛି ବର୍ଷ ଧରି ଏହି ଦଳ ଉପରେ ୱାର୍ଣ୍ଣରଙ୍କ ଗଭୀର ପ୍ରଭାବ ରହିଛି । ଆଶା କରୁଛୁ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ଗୁଡିକରେ ୱାର୍ଣ୍ଣର ଆମକୁ ସଫଳତା ହାସଲ ଦିଗରେ ସମର୍ଥନ ଜାରି ରଖିବେ ବୋଲି ଦଳ ତରଫରୁ ଜାରି ବିବୃତିରେ କୁହାଯାଇଛି । ହାଇଦ୍ରାବାଦ୍ ତାର ପରବର୍ତ୍ତୀ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । The post ଆଇପିଏଲ୍‌: ୱାର୍ଣ୍ଣର ହଟିଲେ, କେନ୍ ୱିଲିୟମସନ୍ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ appeared first on The News Room.