ଆଇପିଏସ୍‌, ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୨ଜଣ ଆଇପିଏସ୍‌ ଏବଂ ୩ଜଣ ଓପିଏସ୍‌ଙ୍କୁ ବଦଳି କରିଛନ୍ତି। ଇଓଡବ୍ଲ୍ୟୁରେ ଥିବା ୧୯୯୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି। ଏସ୍‌ପି (କମ୍ପ୍ୟୁଟର) ସତୀଶ କୁମାର ଗଜଭିୟଙ୍କୁ ବଦଳି କରାଯାଇ ଅର୍ବାନ ପୋଲିସ ଓ ଟ୍ରାଫିକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଟ୍ରାଫିକ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ (ଭୁବନେଶ୍ୱର) ଥିବା ଓଏପିଏସ୍‌ ଅଧିକାରୀ ବିଜୟ କୁମାର ସାହୁଙ୍କୁ ୭ମ ବାଟାଲିୟନ […] The post ଆଇପିଏସ୍‌, ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ appeared first on Dharitri Odia News.

ଆଇପିଏସ୍‌, ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୨ଜଣ ଆଇପିଏସ୍‌ ଏବଂ ୩ଜଣ ଓପିଏସ୍‌ଙ୍କୁ ବଦଳି କରିଛନ୍ତି। ଇଓଡବ୍ଲ୍ୟୁରେ ଥିବା ୧୯୯୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି। ଏସ୍‌ପି (କମ୍ପ୍ୟୁଟର) ସତୀଶ କୁମାର ଗଜଭିୟଙ୍କୁ ବଦଳି କରାଯାଇ ଅର୍ବାନ ପୋଲିସ ଓ ଟ୍ରାଫିକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଟ୍ରାଫିକ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ (ଭୁବନେଶ୍ୱର) ଥିବା ଓଏପିଏସ୍‌ ଅଧିକାରୀ ବିଜୟ କୁମାର ସାହୁଙ୍କୁ ୭ମ ବାଟାଲିୟନ କମାଣ୍ଡାଣ୍ଟ୍‌ ଭାବେ ବଦଳି କରାଯାଇଛି। କଳାହାଣ୍ଡିର ଅତିରିକ୍ତ ଏସ୍‌ପି ଥିବା ଓପିଏସ୍‌ ଅଧିକାରୀ ମନୋଜ କୁମାର ମହନ୍ତଙ୍କୁ ଦେବଗଡ଼ ଏସ୍‌ପି ଇନ୍‌ଚାର୍ଜ ଭାବେ ବିଦଳି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏଆଇଜି ଥିବା ଏସ୍‌.ସି. ଜମାଦାରଙ୍କର ପୂର୍ବରୁ ଦେବଗଡ଼ ଏସ୍‌ପି ଭାବେ ବଦଳି କରାଯାଇଥିଲା। ହେଲେ ତାଙ୍କର ବଦଳି ଅର୍ଡରକୁ ଗୃହ ବିଭାଗ ବାତିଲ କରିଛନ୍ତି। ତେଣୁ ସେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟ କରିବେ। The post ଆଇପିଏସ୍‌, ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ appeared first on Dharitri Odia News.