ଆଇସୋଲେସନ୍ ଓ୍ୱାର୍ଡରେ ମଦ ପିଉଛନ୍ତି କରୋନା ଆକ୍ରାନ୍ତ, ତଦନ୍ତ ଆରମ୍ଭ କଲା ପ୍ରଶାସନ

ପାଟନା, ୧୨|୦୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ବିହାର ଗୋପାଳଗଞ୍ଜର ହୋଇଥିବା କୁହାଯାଉଛି । ଏଥିରେ ଆଇସୋଲେସନ୍ ଓ୍ୱାର୍ଡରେ ଭର୍ତ୍ତି ଜଣେ କରୋନା ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି । ଏହି ଭାଇରାଲ ଭିଡିଓ ପରେ ଗୋପାଳଗଞ୍ଜ ପ୍ରଶାସନ ଘଟଣା ସତ୍ୟ ବୋଲି ସ୍ପଷ୍ଟ କରିଛି । ଭିଡିଓଟି ଗୋପାଳଗଞ୍ଜର ଏକ ଆଇସୋଲେସନ ଓ୍ୱାର୍ଡର ଅଟେ । ସହରର ସିଦ୍ଧବାଲିୟା ଗ୍ରାମରେ ଥିବା ଏକ ଆଇସୋଲେସନ ଓ୍ୱାର୍ଡର ଏହି […]

ଆଇସୋଲେସନ୍ ଓ୍ୱାର୍ଡରେ ମଦ ପିଉଛନ୍ତି କରୋନା ଆକ୍ରାନ୍ତ, ତଦନ୍ତ ଆରମ୍ଭ କଲା ପ୍ରଶାସନ
ପାଟନା, ୧୨|୦୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ବିହାର ଗୋପାଳଗଞ୍ଜର ହୋଇଥିବା କୁହାଯାଉଛି । ଏଥିରେ ଆଇସୋଲେସନ୍ ଓ୍ୱାର୍ଡରେ ଭର୍ତ୍ତି ଜଣେ କରୋନା ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି । ଏହି ଭାଇରାଲ ଭିଡିଓ ପରେ ଗୋପାଳଗଞ୍ଜ ପ୍ରଶାସନ ଘଟଣା ସତ୍ୟ ବୋଲି ସ୍ପଷ୍ଟ କରିଛି । ଭିଡିଓଟି ଗୋପାଳଗଞ୍ଜର ଏକ ଆଇସୋଲେସନ ଓ୍ୱାର୍ଡର ଅଟେ । ସହରର ସିଦ୍ଧବାଲିୟା ଗ୍ରାମରେ ଥିବା ଏକ ଆଇସୋଲେସନ ଓ୍ୱାର୍ଡର ଏହି ଭିଡିଓ ପ୍ରଶାସନର ନିଦ ହଜାଇ ଦେଇଛି । ଏଠାରେ ଜଣେ ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କିଏ ଆକ୍ରାନ୍ତଙ୍କ ପାଇଁ ମଦ ବ୍ୟବସ୍ଥା କରିଥିଲେ ତାହାର ଖୋଲତାଡ ଆରମ୍ଭ ହୋଇଛି । ଆକ୍ରାନ୍ତଙ୍କ ପାଖରେ ପୂର୍ବରୁ ମଦ ବୋତଲ ଥିବା କେହିକେହି କହିଛନ୍ତି । ସୂଚନାଯୋଗ୍ୟ, ବିହାରରେ ୨୦୧୬ରୁ ମଦ ବ୍ୟାନ୍ ହୋଇଛି । ତେବେ କିପରି ଆକ୍ରାନ୍ତଜଣଙ୍କ ମଦ ପିଇଲେ ତାହା ସମସ୍ତଙ୍କୁ ଚକିତ କରିଛି । ପ୍ରଶାସନର ମଧ୍ୟ ନିଦ ହଜିଯାଇଛି ।