ଆଜି କଟକ ସହରର ୩୩୫ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୨୯ ଜଣ

କଟକ: ଆଜି କଟକ ସହରରୁ ମୋଟ ୩୩୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୨୦୬ ଜଣ ସଂଗରୋଧ ଓ ୧୨୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୬ ଜଣ କୋଭିଡ ଯୋଦ୍ଧା ମଧ୍ୟ […]

ଆଜି କଟକ ସହରର ୩୩୫ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୨୯ ଜଣ
କଟକ: ଆଜି କଟକ ସହରରୁ ମୋଟ ୩୩୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୨୦୬ ଜଣ ସଂଗରୋଧ ଓ ୧୨୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୬ ଜଣ କୋଭିଡ ଯୋଦ୍ଧା ମଧ୍ୟ ସାମିଲ ଅଛନ୍ତି । ତେବେ ଅନ୍ୟ ୯୭ ଜଣ ପୁରୁଷ ଓ ମହିଳା ଗୃହ ସଂଗରୋଧରୁ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଲ୍ୟାଣୀ ନଗରରୁ ୧୯ ଜଣ, ବିଡ଼ାନାସୀରୁ ସିଡିଏ ସେକ୍ଟର, ସାମନ୍ତସାହି, ନୟାବଜାରରୁ ୬-୬ ଜଣ, ଚାଉଳିଆଗଂଜ, ସିଡିଏ ସେକ୍ଟର-୧୦ରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୫୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କଟକ ସହରରୁ ୩୩୫ ଅଛନ୍ତି । ତେବେ ଏଯାଏଁ କଟକ ସହରରୁ ୯ ହଜାର ୬୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୭ ହଜାର ୨୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨ ହଜାର ୪୦୬ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୦ ଜଣଙ୍କର ପ୍ରାଣହାନୀ ଘଟିଛି ।