ଆଜି ପଡିବ ଭିକି-କ୍ୟାଟ୍‌ଙ୍କ ହାତଗଣ୍ଠି, ବିବାହ ପରେ ହେବ ବଲ୍‌ରୁମ୍‌ ପାର୍ଟି…

ନୂଆଦିଲ୍ଳୀ ୦୯।୧୨ : ବଲିଉଡ୍‌ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି । ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଗୁଡିକ ପୁରାପୂରି ରୀତିନୀତି ଅନୁଯାୟୀ ଚାଲିଛି । ବିବାହକୁ ନେଇ ଦୁହିଁଙ୍କ ସମୟରେ ନୂଆ ଅପଡେଟ୍‌ ଆସିଛି। ଦୁହିଁଙ୍କ ବିବାହ ରାଜକୀୟ ଢଙ୍ଗରେ ହେବାକୁ ଯାଉଛି । ବର୍ତ୍ତମାନ ଏକ ସୂଚନା କି ଆଜି ରାତିରେ ବିବାହ ସରିବା ପରେ ସିକ୍ସ ସେନ୍ସ ଦୁର୍ଗରେ ଏକ ବଲରୁମ ପାର୍ଟିର ଆୟୋଜନ ମଧ୍ୟ କରାଯିବ। ଏହି ବିବାହରେ ଅତିଥି ତାଲିକାରେ ବହୁତ ନାମୀ ଦାମୀ କଳାକାରଙ୍କ ନାମ ସାମିଲ୍‌ କରାଯାଇଛି । ଯେଉଁଥିରେ ୟୁଏଇରୁ ଆସୁଛନ୍ତି ଫିଲ୍ମ ନିର୍ମାତା ଅଲ୍ଲି ଆବାସ ଜାଫର । View this post on Instagram A post shared by Instant Bollywood (@instantbollywood) ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ  ଶୁଣିବାକୁ ମିଳୁଛି କି ଭିକି କ୍ୟାଟ୍ରିନା ଦୁହେଁ ଆଜି ଦ୍ବିପହର ୩.୩୦ରୁ ୩.୪୫ ମଧ୍ୟରେ ସାତ ଫେରା ନେବେ । ସେ ଯେଉଁ ମଣ୍ଡପରେ ବିବାହ କରିବେ ତାହା ଅତି ରାଜକୀୟ ଢଙ୍ଗରେ ସଜା ଯାଇଛି । ତେବେ ମଣ୍ଡପଟି ସମ୍ପୂର୍ଣ୍ଣ କାଚରେ ଚତୁଃପାର୍ଶ୍ବ ସଜା ଯାଇଛି । କାରଣ ଯେଉଁ ମଣ୍ଡପରେ ସେ ବସି ବିବାହ କରିବେ ସେହି ମଣ୍ଡପ ସାମ୍ନାରେ ଏକ ମନ୍ଦିର ରହିଛି । ବିବାହ ଶେଷ ହେବା ପରେ ଦୁହେଁ ଚୌଥ ମାଆଙ୍କ ପାଖକୁ ଯାଇ ଆର୍ଶୀବାଦ ନେବେ ।