ଆଜି ବାହାରିବ ମାଟ୍ରିକ ରେଜଲ୍ଟ : ସକାଳ ୯ଟାରେ ପ୍ରକାଶ ପାଇବ, ୱେବସାଇଟରେ ଦିନ ସାଢେ ୧୧ଟାରେ…

ଭୁବନେଶ୍ୱର ୨୯।୦୭: ଆଉ କିଛି ସମୟର ଅପେକ୍ଷା  । ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷୀତ ୨୦୨୦ ବର୍ଷର ମାଟ୍ରିକ୍ ରେଜଲ୍ଟ ।  ସକାଳ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇବ ରେଜଲ୍ଟ ।  ଦିନ ସାଢେ ୧୧ଟାରୁ ଛାତ୍ରଛାତ୍ରୀ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ବୋର୍ଡର ୨ଟି ୱେବସାଇଟ୍ ଓ SMSରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ । ସେହିପରି ଏସ ଏମ୍ ଏସ୍ ଜରିଆରେ […]

ଆଜି ବାହାରିବ ମାଟ୍ରିକ ରେଜଲ୍ଟ : ସକାଳ ୯ଟାରେ ପ୍ରକାଶ ପାଇବ, ୱେବସାଇଟରେ ଦିନ ସାଢେ ୧୧ଟାରେ…
ଭୁବନେଶ୍ୱର ୨୯।୦୭: ଆଉ କିଛି ସମୟର ଅପେକ୍ଷା  । ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷୀତ ୨୦୨୦ ବର୍ଷର ମାଟ୍ରିକ୍ ରେଜଲ୍ଟ ।  ସକାଳ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇବ ରେଜଲ୍ଟ ।  ଦିନ ସାଢେ ୧୧ଟାରୁ ଛାତ୍ରଛାତ୍ରୀ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ବୋର୍ଡର ୨ଟି ୱେବସାଇଟ୍ ଓ SMSରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ । ସେହିପରି ଏସ ଏମ୍ ଏସ୍ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ । OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ ନମ୍ଵର ଲେଖି 5676750କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ  ଅସ୍ବାଭାବିକ ସ୍ଥିତିରେ ଖାତା ଦେଖା ହୋଇଥିବାରୁ ସଠିକ୍ ମୂଲ୍ୟାୟନ ନେଇ ଆଶଙ୍କାରେ ଅଭିଭାବକ ।  କିନ୍ତୁ ରେଜଲ୍ଟକୁ ନେଇ ବେଶ୍ ଆଶାବାଦୀ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରାମାନେ ରେଜଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ଏଥିପାଇଁ ୨ଟି ନମ୍ବର ଜାରି କରାଯାଇଛି। କରୋନା ପାଇଁ ମାନସିକ ବିଷାଦର ବାତାବରଣ ଥିବାରୁ, ଆଶାନୁରୂପ ଫଳ ହାସଲ କରିପାରିନଥିବା ଛାତ୍ରଛାତ୍ରୀଙ୍କ ପ୍ରତି ପରିବାର ସଦସ୍ୟ ସହାନୁଭୂତି ଦେଖାଇବା ପାଇଁ ଶିକ୍ଷାବିତ୍ ପରାମର୍ଶ ଦେଇଛନ୍ତି ।