ଆଜି ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ SOP

ପୁରୀ, ୧୮ା୪ (ଓଡିଶା ଭାସ୍କର): ଆଜି ଭକ୍ତମାନଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଛି । ଆସନ୍ତାକାଲିଠାରୁ ଭକ୍ତମାନଙ୍କ ପାଇଁ ନୂଆ ଏସଓପି ଲାଗୁ କରାଯିବ । ଆସନ୍ତା ୨୪ ତାରିଖରୁ ସପ୍ତାହରେ ଉଭୟ ଶନିବାର ଓ ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି କୁହାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯାଉଛି । ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଚାରିକଡ଼, ଜୋତା ଷ୍ଟାଣ୍ଡ, […] The post ଆଜି ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ SOP appeared first on Odisha Bhaskar.

ଆଜି ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ SOP
ପୁରୀ, ୧୮ା୪ (ଓଡିଶା ଭାସ୍କର): ଆଜି ଭକ୍ତମାନଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଛି । ଆସନ୍ତାକାଲିଠାରୁ ଭକ୍ତମାନଙ୍କ ପାଇଁ ନୂଆ ଏସଓପି ଲାଗୁ କରାଯିବ । ଆସନ୍ତା ୨୪ ତାରିଖରୁ ସପ୍ତାହରେ ଉଭୟ ଶନିବାର ଓ ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି କୁହାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯାଉଛି । ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଚାରିକଡ଼, ଜୋତା ଷ୍ଟାଣ୍ଡ, ବ୍ୟାରିକେଡ ଓ ଅନ୍ୟ ସ୍ଥାନଗୁଡ଼ିକୁ ବିଶୋଧନ କରାଯାଉଛି । ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏହାଛଡ଼ା ଭକ୍ତମାନେ ହାତ ସାନିଟାଇଜ୍ କରିବା ଓ ନିୟମକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର କିଓସ୍କ ସ୍ଥାପନ କରାଯାଇଛି । The post ଆଜି ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ SOP appeared first on Odisha Bhaskar.