ଆଜିଠୁ ଦିଲ୍ଲୀରେ ‘ଡ୍ରାଇଭ୍ ଥ୍ରୁ ଟିକାକରଣ’: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ ୨୬/୫: ସାରା ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ କରୋନା ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । ଏହି କ୍ରମରେ ଓଡ଼ିଶା ଭଳି ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବ ଡ୍ରାଇଭ ଇନ୍ ଟିକା । ଅର୍ଥାତ୍ ଆପଣ ନିଜ ଗାଡିରେ ଆସି ଟିକା ନେଇ ଘରକୁ ଯାଇପାରିବ । ଆଉ ଘଣ୍ଟା ଘଣ୍ଟା ଛିଡା ହେବେନି କି କରୋନା ଭୟ ବି ରହିବନି । 'ଡ୍ରାଇଭ୍ ଥ୍ରୁ ମାଧ୍ୟମରେ' ଟୀକାକରଣ କରାଯିବ । ଆଜି ଦିଲ୍ଲୀର ଦ୍ୱାରକାସ୍ଥିତ ଆକାଶ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଆରମ୍ଭ ହେବ ଏହି ସେବା । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍ । ଆକାଶ ହସ୍ପିଟାଲ କରୋନା ଟିକାକରଣ ଅଧୀନରେ କୋଭିଶିଲ୍ଡର ୩୦ ହଜାର ଡୋଜ କିଣିଛି । ଫଳସ୍ୱରୂପ, ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଏହି ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରିଛନ୍ତି ଦିଲ୍ଲୀ ସରକାର ।