ଆଜିଠୁ ଫ୍ରେଞ୍ଚ୍ ଓପନ: ପୁଣି ନାଡାଲଙ୍କ ଉପରେ ନଜର

ପ୍ୟାରିସ୍: ବର୍ଷର ଦ୍ୱିତୀୟ ଟେନିସ୍ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟଫ୍ରେଞ୍ଚ୍ ଓପନ ରବିବାର ଠାରୁ ଆରମ୍ଭ ହେଉଛି । ସବୁଥର ଭଳି ଏଥର ବି କ୍ଲେ କୋର୍ଟର ରାଜା ଭାବେ ପରିଚିତ ରାଫେଲ ନାଡାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏଠାରେ ଅବିଶ୍ୱସନୀୟ ୧୩ ଥର ଚାମ୍ପିୟନ ହୋଇଥିବା ଏହି ସ୍ପେନୀୟ ସୁପରଷ୍ଟାର ଏଥର ବି ଆଧିପତ୍ୟ ବଜାୟ ରଖିବାକୁ ଫେଭରିଟ୍ । ଡିଫେଣ୍ଡିଂ ଚାମ୍ପିୟନ ନାଡାଲ ଯଦି ଟାଇଟଲ ବଜାୟ ରଖନ୍ତି, ତେବେ ଏହା ତାଙ୍କ ଓଭରଅଲ […] The post ଆଜିଠୁ ଫ୍ରେଞ୍ଚ୍ ଓପନ: ପୁଣି ନାଡାଲଙ୍କ ଉପରେ ନଜର appeared first on News Room Odisha.

ଆଜିଠୁ ଫ୍ରେଞ୍ଚ୍ ଓପନ: ପୁଣି ନାଡାଲଙ୍କ ଉପରେ ନଜର
ପ୍ୟାରିସ୍: ବର୍ଷର ଦ୍ୱିତୀୟ ଟେନିସ୍ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟଫ୍ରେଞ୍ଚ୍ ଓପନ ରବିବାର ଠାରୁ ଆରମ୍ଭ ହେଉଛି । ସବୁଥର ଭଳି ଏଥର ବି କ୍ଲେ କୋର୍ଟର ରାଜା ଭାବେ ପରିଚିତ ରାଫେଲ ନାଡାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏଠାରେ ଅବିଶ୍ୱସନୀୟ ୧୩ ଥର ଚାମ୍ପିୟନ ହୋଇଥିବା ଏହି ସ୍ପେନୀୟ ସୁପରଷ୍ଟାର ଏଥର ବି ଆଧିପତ୍ୟ ବଜାୟ ରଖିବାକୁ ଫେଭରିଟ୍ । ଡିଫେଣ୍ଡିଂ ଚାମ୍ପିୟନ ନାଡାଲ ଯଦି ଟାଇଟଲ ବଜାୟ ରଖନ୍ତି, ତେବେ ଏହା ତାଙ୍କ ଓଭରଅଲ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହେବ ଏବଂ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରୋଜର ଫେଡେରରଙ୍କୁ ପଛରେ ପକାଇବେ । ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟ ମାମଲାରେ ଉଭୟ ନାଡାଲ ଓ ଫେଡେରର ସମାନ ସ୍ଥିତିରେ ଅଛନ୍ତି । ଉଭୟ ଏ ଯାଏଁ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଛନ୍ତି । ନାଡାଲ ଓ ଫେଡେରରଙ୍କ ପରେ ୧୮ଟି ଗ୍ରାଣ୍ଡସ୍ଲାମ୍ ଟ୍ରଫି ସହ ‘ବିଗ୍-ଥ୍ରୀ’ର ଅନ୍ୟତମ ସଦସ୍ୟ ନୋଭାକ୍ ଜୋକୋଭିକ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୨୦୧୬ର ବିଜେତା ଜୋକୋଭିକ ବି ନିଜ ଗ୍ରାଣ୍ଡସ୍ଲାମ ସଂଖ୍ୟା ୧୯କୁ ବୃଦ୍ଧି କରିବା ଲକ୍ଷ୍ୟରେ ରହିବେ । ଫ୍ରେଞ୍ଚ୍ ଓପନରେ ନାଡାଲଙ୍କୁ ଯଦି କେହି ଟକ୍କର ଦେଇପାରିବ ତେବେ ସେ ହେଉଛନ୍ତି ଜୋକୋଭିକ୍ । ହେଲେ ନାଡାଲଙ୍କୁ ଏଠାରେ ହରାଇବା ସେତେ ସହଜ ହେବ ନାହିଁ । ଗତବର୍ଷ ଫାଇନାଲରେ ଉଭୟ ମୁହାଁମୁହିଁ ହୋଇଥିଲେ ଏବଂ ନାଡାଲ ଅତି ସହଜରେ ଜୋକୋଭିକଙ୍କୁ ଧରାଶାୟୀ କରି ୧୩ତମ ଫ୍ରେଞ୍ଚ୍ ଓପନ ତଥା ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାତେଇଥିଲେ । ଅନ୍ୟପଟେ ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ ଇଗା ସ୍ୱିଆଟେକଙ୍କ ସମେତ ନମ୍ବର ୱାନ ଖେଳାଳି ଆସଲେ ବାର୍ଟି ଟାଇଟଲ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିବେ । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ତଥା ଚାରି ଗ୍ରାଣ୍ଡସ୍ଲାମର ବିଜୟିନୀ ନାଓମି ଓସାକା ଏବଂ ପୂର୍ବତନ ନମ୍ବର ୱାନ ସିମୋନ ହାଲେପଙ୍କ ଉପରେ ବି ନଜର ରହିବ । ୩୯ ବର୍ଷୀୟ ଆମେରିକୀୟ ସୁପରଷ୍ଟାର ସେରେନା ୱିଲିୟମ୍ସ ପୁଣିଥରେ ରେକର୍ଡ ୨୪ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାତେଇବା ପାଇଁ ସୁଯୋଗ ପାଇବେ । ହେଲେ ବୟସ ତାଙ୍କ ସପକ୍ଷରେ ନଥିବାରୁ ସେରେନାଙ୍କ ପକ୍ଷେ ଏହି ଲକ୍ଷ୍ୟ ହାସଲ କରିବା ଏତେ ସହଜ ହେବ ନାହିଁ । ସେରେନା ୨୦୧୮ ଠାରୁ ଏଯାବତ ଚାରୋଟି ଫାଇନାଲରେ ପରାସ୍ତ ହୋଇଛନ୍ତି । ଏଥର ସେ ଏହି ଧାରା ଭାଙ୍ଗିପାରିବେ କି ନାହିଁ ତାହା ଦେଖିବାକୁ ରହିଲା । The post ଆଜିଠୁ ଫ୍ରେଞ୍ଚ୍ ଓପନ: ପୁଣି ନାଡାଲଙ୍କ ଉପରେ ନଜର appeared first on News Room Odisha.