ଆଜିଠୁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍, ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ ବନ୍ଦ

ନୂଆଦିଲ୍ଲୀ ୦୫।୦୫: ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ ହୋଇଛି। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ୧୯ ତାରିଖ ଯାଏ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ୍ ରହିବ। ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସକାଳ ୬ଟାରୁ ୧୨ଟା ଯାଏ ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ସ୍ବାଭାବିକ ଭାବେ ଚାଲୁ ରହିବ। ବ୍ୟାଙ୍କ ଓ ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହେବ ନାହିଁ। ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତୀୟ ସମସ୍ତ କାରବାର ବିନା ବାଧାରେ ଚାଲିବ।