ଆଜିଠାରୁ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଆଗତ ହୋଇପାରେ ୭ଟି ବିଲ୍

ଭୁବନେଶ୍ୱର- ଆଜିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ । ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି ୮ଟି କାର୍ଯ୍ୟ ଦିବସ । ଅଧିବେଶନ ଲାଗି ଗତକାଲି ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସ୍ୱଳ୍ପକାଳୀନ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଆଜି ପ୍ରଥମ ଦିନରେ ୬ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । କୃଷି, […] The post ଆଜିଠାରୁ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଆଗତ ହୋଇପାରେ ୭ଟି ବିଲ୍ appeared first on News Room Odisha.

ଆଜିଠାରୁ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଆଗତ ହୋଇପାରେ ୭ଟି ବିଲ୍
ଭୁବନେଶ୍ୱର- ଆଜିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ । ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି ୮ଟି କାର୍ଯ୍ୟ ଦିବସ । ଅଧିବେଶନ ଲାଗି ଗତକାଲି ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସ୍ୱଳ୍ପକାଳୀନ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଆଜି ପ୍ରଥମ ଦିନରେ ୬ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା , ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମ ଦିନରେ ୭ଟି ବିଲ୍ ମଧ୍ୟ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି । The post ଆଜିଠାରୁ ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ଆଗତ ହୋଇପାରେ ୭ଟି ବିଲ୍ appeared first on News Room Odisha.