ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା

ଭୁବନେଶ୍ୱର, ୬ା୪(ବ୍ୟୁରୋ): କୋଟିଆରେ ପୁଣିଥରେ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆର ୨ଟି ପଞ୍ଚାୟତରେ ସମିତି ସଭ୍ୟ ଏବଂ ଗୋଟିଏ ଜିଲା ପରିଷଦ ସଭ୍ୟ ନିର୍ବାଚନ କରିବା ଲାଗି ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଥିବା ନେଇ ଖବର ଆସିବାପରେ ରାଜ୍ୟ ସରକାରଙ୍କ ଏନେଇ ଚିନ୍ତା ପଶିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଜ ଆଡୁ ସୂଚନା ଦେଇଛନ୍ତି। ଅନ୍ୟପଟେ କିଛିଦିନ ତଳେ […] The post ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା appeared first on Dharitri Odia News.

ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା
ଭୁବନେଶ୍ୱର, ୬ା୪(ବ୍ୟୁରୋ): କୋଟିଆରେ ପୁଣିଥରେ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆର ୨ଟି ପଞ୍ଚାୟତରେ ସମିତି ସଭ୍ୟ ଏବଂ ଗୋଟିଏ ଜିଲା ପରିଷଦ ସଭ୍ୟ ନିର୍ବାଚନ କରିବା ଲାଗି ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଥିବା ନେଇ ଖବର ଆସିବାପରେ ରାଜ୍ୟ ସରକାରଙ୍କ ଏନେଇ ଚିନ୍ତା ପଶିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଜ ଆଡୁ ସୂଚନା ଦେଇଛନ୍ତି। ଅନ୍ୟପଟେ କିଛିଦିନ ତଳେ ଆନ୍ଧ୍ର ସରକାର କୋଟିଆ ଏବଂ ଅନ୍ୟ କେତେଗୁଡିଏ ସୀମାବର୍ତ୍ତି ଅଞ୍ଚଳରେ ନିର୍ବାଚନ କରାଇବା ଘଟଣାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାୟର କରିଥିବା ଏକ ମାମଲା ରହିଛି। ରାଜ୍ୟ ଆଇନ ବିଭାଗ ଉପସଚିବ ଭଗବାନ ନାୟକ ସୋମବାର ନୂଆଦିଲ୍ଲୀରେ ରହିଥିବା ଆଡ୍‌ଭୋକେଟ ଅନ ରେକର୍ଡ(ଏଓଆର୍‌) ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖି ପୁଣିଥରେ ସୁପ୍ରିମକୋର୍ଟରେ ଏକ ସୁଟ୍‌ ଫାଇଲ କରିବା ନେଇ କହିଛନ୍ତି। ଏହାସହ ଏକ ଓକିଲାତିନାମା ମଧ୍ୟ ପଠାଇଥିବା ଜଣାପଡିଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟରେ ଆବେଦନ କରି ଏହି ନିର୍ବାଚନ ଉପରେ ରିହାତିଦେଶ ଜାରି ଆଦେଶ ଆଣିବାକୁ ପଦକ୍ଷେପ ନେବା ନେଇ ଆଇନ ବିଭାଗ କହିଛି। ଖୁବଶୀଘ୍ର ଦସ୍ତାବିଜ ଏକାଠି କରି ରିଟ୍‌ ପିଟିସିନ ହେବ ବୋଲି ଜଣାପଡିଛି। କୋରାପୁଟ ଜିଲା ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ। ବାରମ୍ବାର ଅବୈଧ ପ୍ରବେଶ କରି ଆନ୍ଧ୍ର ସରକାର ସେଠାରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଆନ୍ଧ୍ରପଟୁ ଅନୁପ୍ରବେଶ କରୁଥିବା ଲୋକଙ୍କୁ ଗିରଫ କରାଯିବା ଦରକାର ବୋଲି ବାହିନୀପତି କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଭାଜପା ଏମ୍‌ପି ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ଅବସରରେ ସୁରେଶ କହିଛନ୍ତି, ଏ ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇବା ପାଇଁ ଆସିଥିଲି। ଏନେଇ ରାଜ୍ୟ ସରକାର କିଛି ପରାମର୍ଶ ଦିଅନ୍ତୁ। କିପରି ସୀମାବର୍ତ୍ତୀ ଗାଁଗୁଡିକୁ ରାଜ୍ୟ ସରକାର ନିମ୍ନମିତ ସ୍ବାସ୍ଥ୍ୟସେବା, ଶିକ୍ଷା, ରାସ୍ତାଘାଟ, ପିଇବା ପାଣି ଏବଂ ଗମନାଗମନ ବ୍ୟବସ୍ଥା କରାଇବେ ସେବାବଦରେ ରାଜ୍ୟପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା ଲାଗି ଆସିଥିବା ସେ କହିଛନ୍ତି। The post ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା appeared first on Dharitri Odia News.