ଆନ୍ଧ୍ରର ଅନ୍ଧ ପ୍ରଶାସନ, ସୀମା ବିଦାଦ ସୁପ୍ରିମକୋର୍ଟରେ ଥିବା ବେଳେ କୋଟିଆର ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ ଆନ୍ଧ୍ର

କୋଟିଆର ବିବାଦୀୟ ଗ୍ରାମର ଉଦ୍ୟାନ କୃଷକ ଓ ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ ଆନ୍ଧ୍ର । ଏହା ସହ କାର୍ଡ ନଥିବା ଲୋକଙ୍କୁ ନୂତନ କାର୍ଡ ଯୋଗାଇଦେବ । ଏଭଳି ପ୍ରତିଶ୍ରୁତି ଦେଇଛି ଆନ୍ଧ୍ରର ବିଜୟନଗରମ ଯୋଗାଣ ଅଧିକାରୀ । କୋଟିଆକୁ ନେଇ ଆନ୍ଧ୍ର ତାର ଆଭିମୁଖ୍ୟକୁ ତୀବ୍ର କରିଛି । ଗତ ଅଗଷ୍ଟ ୩୧ ତାରିଖରେ ରାଜନୈତିକ ସ୍ତରରେ ସୀମା ବିବାଦର ସମାଧାନ କରିବାନେଇ ଆନ୍ଧ୍ର ଓ ଓଡିଶା ସରକାରକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବାପରେ ଆନ୍ଧ୍ର କୋଟିଆକୁ ନେଇ ପୁର୍ବାପେକ୍ଷା ସକ୍ରିୟ ହୋଇପଡିଛି । ଗତ ୮ ଦିନ ମଧ୍ୟରେ ୪ ଥର ଆନ୍ଧ୍ର ଅଧିକାରୀମାନେ କୋଟିଆ ଗସ୍ତ କରି ଆନ୍ଧ୍ର ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକୁ ପହଞ୍ଚାଇବାକୁ ଚେଷ୍ଟା ଚଲାଇଛନ୍ତି ।କୋଟିଆର ଉଦ୍ୟାନ କୃଷକ ମାନଙ୍କ ପାଇଁ ସରକାରୀ ରେସନ ଚାଉଳ କିଭଳି ପହଞ୍ଚାଯିବ ଓ କାର୍ଡ ନଥିବା ଲୋକଙ୍କୁ ନୂତନ ଚାଉଳ କାର୍ଡ ଯୋଗାଇଦେବା ନେଇ ଧୁଳିପଦର ଠାରେ ସଚେତନତା ଶିବିରର ଆୟୋଜନ କରି ଲୋକଙ୍କୁ ବୁଝାଇଛନ୍ତିଏଥିରେ ଆନ୍ଧ୍ର ପ୍ରଦେଶ ବିଜୟ ନଗରମ ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ମାର୍କେଟିଂ ଅଧିକାରୀ,ସାଲୁର ମଣ୍ଡଳ ଯୋଗାଣ ଅଧିକାରୀ , ସାଲୁର ପୋଲିସ ଉପସ୍ଥିତ ରହି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି । ଏହା ସହ କୋଟିଆର ଚାଷୀଙ୍କୁ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି । କୋଟିଆର ବିବାଦୀୟ ଗ୍ରାମର ଲୋକେ ସଚେତନତା ସଭାରେ ଯୋଗଦେଇଥିଲେ।

ଆନ୍ଧ୍ରର ଅନ୍ଧ ପ୍ରଶାସନ, ସୀମା ବିଦାଦ ସୁପ୍ରିମକୋର୍ଟରେ ଥିବା ବେଳେ କୋଟିଆର ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ ଆନ୍ଧ୍ର
ଆନ୍ଧ୍ରର ଅନ୍ଧ ପ୍ରଶାସନ, ସୀମା ବିଦାଦ ସୁପ୍ରିମକୋର୍ଟରେ ଥିବା ବେଳେ କୋଟିଆର ଲୋକଙ୍କୁ ସରକାରୀ ଚାଉଳ ବାଣ୍ଟିବ ଆନ୍ଧ୍ର