ଆପଣଙ୍କ ସହରର ବି ହୋଇପାରେ କଣ୍ଟେନମେଣ୍ଟ ଜୋନ୍ ! ଜାଣନ୍ତୁ କେନ୍ଦ୍ରର ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୩୦ ।୪: ପ୍ରଶାସନର ଅନେକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ହୁ ହୁ ହୋଇ ମାଡିଚାଲିଛି । ଏହାରି ମଧ୍ୟରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । କେନ୍ଦ୍ରର ନିର୍ଦ୍ଦେଶ ମୁତାବକ, ଯେଉଁ ଜିଲ୍ଲାରେ କରୋନର ଅଧିକ ମାମଲା ରହିଛି, ସେଠାରେ ଭାଇରସକୁ ରୋକିବା ପାଇଁ କଣ୍ଟେନମେଣ୍ଟ ଜେନ୍ ଘୋଷଣା କରାଯାଇପାରିବ । ମହାମାରୀକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ମେ ମାସ ପାଇଁ ଜାରି […] The post ଆପଣଙ୍କ ସହରର ବି ହୋଇପାରେ କଣ୍ଟେନମେଣ୍ଟ ଜୋନ୍ ! ଜାଣନ୍ତୁ କେନ୍ଦ୍ରର ନୂଆ ଗାଇଡଲାଇନ୍‌ appeared first on Odisha Bhaskar.

ଆପଣଙ୍କ ସହରର ବି ହୋଇପାରେ କଣ୍ଟେନମେଣ୍ଟ ଜୋନ୍ ! ଜାଣନ୍ତୁ କେନ୍ଦ୍ରର ନୂଆ ଗାଇଡଲାଇନ୍‌
ନୂଆଦିଲ୍ଲୀ,୩୦ ।୪: ପ୍ରଶାସନର ଅନେକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ହୁ ହୁ ହୋଇ ମାଡିଚାଲିଛି । ଏହାରି ମଧ୍ୟରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । କେନ୍ଦ୍ରର ନିର୍ଦ୍ଦେଶ ମୁତାବକ, ଯେଉଁ ଜିଲ୍ଲାରେ କରୋନର ଅଧିକ ମାମଲା ରହିଛି, ସେଠାରେ ଭାଇରସକୁ ରୋକିବା ପାଇଁ କଣ୍ଟେନମେଣ୍ଟ ଜେନ୍ ଘୋଷଣା କରାଯାଇପାରିବ । ମହାମାରୀକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ମେ ମାସ ପାଇଁ ଜାରି ହୋଇଥିବା ନୂଆ ଗାଇଡଲାଇନରେ ଦେଶର କୌଣସି ସ୍ଥାନରେ ଲକଡାଉନ ଲାଗୁ ନେଇ କିଛି ଉଲ୍ଲେଖ ନାହିଁ । ଯେଉଁଠାରେ କୋଭିଡ -୧୯ ସଂକ୍ରମଣର ହାର ଦଶ ପ୍ରତିଶତରୁ ଅଧିକ କିମ୍ବା ଗତ ଏକ ସପ୍ତାହରେ ବେଡ୍ ଭରିବାର ହାର ୬୦ ପ୍ରତିଶତରୁ ଅଧିକ ହୋଇଥିବା ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରଣାଳୟ କହିବା ମୁତାବକ, ଏହି ଜିଲ୍ଲା ମଧ୍ୟରୁ କୌଣସି ମାନଦଣ୍ଡ ପୂରଣ କରୁଥିବା ଜିଲ୍ଲାକୁ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଗୃହ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ୩୧ ମେ’ ପର୍ଯ୍ୟନ୍ତ ଲାଗୁ ହେବ । ଗୃହ ମନ୍ତ୍ରଣାଳୟ କହିଛି ଯେ, ମହାମାରୀର ବର୍ତ୍ତମାନ ଲହରୀକୁ ମୁକାବିଲା କରିବା ପାଇଁ ଭାଇରସର ପ୍ରସାରକୁ ରୋକିବା ଉପରେ ଧ୍ୟାନ ଦେବା ଉଚିତ୍ । ଯେଉଁ କ୍ଷେତ୍ରରେ ସଂକ୍ରମଣ ମାମଲା ଅଧିକ ରହିଛି, ସେହି ସ୍ଥାନଗୁଡିକରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ରାତିରେ ଲୋକଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ଭିଡ଼ ସଂଗ୍ରହ ଉପରେ ଏକ ନିଷେଧାଦେଶ ରହିବ । ବିବାହ ସମାରୋହରେ ସର୍ବାଧିକ ୫୦ ଲୋକ ଯୋଗ ଦେଇଥିବାବେଳେ ୨୦ ଜଣ ଲୋକ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିବେ । The post ଆପଣଙ୍କ ସହରର ବି ହୋଇପାରେ କଣ୍ଟେନମେଣ୍ଟ ଜୋନ୍ ! ଜାଣନ୍ତୁ କେନ୍ଦ୍ରର ନୂଆ ଗାଇଡଲାଇନ୍‌ appeared first on Odisha Bhaskar.