ଆରମ୍ଭ ହୋଇପାରେ ଚାରଧାମ ଯାତ୍ରା: ପର୍ଯ୍ୟାୟ କ୍ରମେ ଖୋଲିବାକୁ ବିଚାର କରୁଛନ୍ତି ଉତ୍ତରାଖଣ୍ଡ ସରକାର

ଡେରାଡୁନ ୦୪/୦୬ : ଉତ୍ତରାଖଣ୍ଡ ସରକାର କରୋନା ପ୍ରକୋପ କମ ହେବ ତଥା ଲକଡାଉନ ଶେଷ ହେବାପରେ ପର୍ଯ୍ୟାୟ କ୍ରମେ ଚାରଧାମ ଯାତ୍ରା ଆରମ୍ଭ କରିବାକୁ ବିଚାର କରୁଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ପର୍ଯ୍ୟଟନ ଉଦ୍ୟୋଗ ସାମ୍ନା କରୁଥିବା ସମସ୍ୟା ଉପରେ ବିଚାର କରିବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତଙ୍କୁ ସାକ୍ଷାତ କରିଥିଲେ । ଆଗାମୀ ସପ୍ତାହରେ କରୋନା ପ୍ରକୋପ କମ ହେଲେ ଚାରଧାମ ଯାତ୍ରା ପର୍ଯ୍ୟାୟ କ୍ରମେ ଖୋଲିବାକୁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ଲୋକଙ୍କ ପାଇଁ ଖୋଲାଯିବ । ଅର୍ଥାତ ଚମୋଲି, ରୁଦ୍ରପ୍ରୟାଗ ଓ ଉତ୍ତରକାଶି ଜିଲ୍ଲାବାସୀଙ୍କ ପାଇଁ ଚାରଧାମ ଖୋଲାଯିବ । ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ହିଁ ଜିଲ୍ଲାରେ ଅବସ୍ଥିତ । ସତପାଲ ମହାରାଜ କହିଛନ୍ତି, ଯଦି ପ୍ରଥମ ପର୍ଯ୍ୟାୟରେ ସବୁ ଠିକ ହୁଏ ତାହେଲେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲ୍ଲାବାସୀଙ୍କୁ ତୀର୍ଥଯାତ୍ରା ପାଇଁ ଅନୁମତି ଦିଆଯିବ । ତୃତୀୟ ପର୍ଯ୍ୟାୟରେ ବାହାର ରାଜ୍ୟର ଯାତ୍ରୀଙ୍କୁ କିଛି ପ୍ରତିବନ୍ଧକ ସହ ଆସିବାକୁ ଅନୁମତି ଦିଆଯିବ । ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ସବୁ କୋଭିଡ ସ୍ଥିତି ଉପରେ ନିର୍ଭର କରୁଛି । ଯଦି ସଂକ୍ରମଣ ଓ ମୃତ୍ୟୁ ମାମଲା ହ୍ରାସ ପାଏ ତାହେଲେ ଚାରଧାମ ଯାତ୍ରା ଆରମ୍ଭ କରାଯିବ । ଉତ୍ତରାଖଣ୍ଡରେ ଲକଡାଉନ ଜୁନ ୮ ତାରିଖ ସକାଳ ୬ଟା ରେ ସମାପ୍ତ ହେବ । କିନ୍ତୁ ଏବେ କିଛି ପ୍ରତିବନ୍ଧକ ଜାରି ରହିପାରେ । ଚାରଧାମ ପୂର୍ବ ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁଯାୟୀ ମେ' ମାସରେ ଖୋଲିଥିଲା ଏବଂ ବର୍ତ୍ତମାନ ନିୟମିତ ପୂଜାର୍ଚ୍ଚନା ଜାରି ରହିଛି । ମହାମାରୀ ଯୋଗୁଁ ଗତ ବର୍ଷ ଚାରଧାମ କିଛି ମାସ ବିଳମ୍ବରେ ଖୋଲିଥିଲା । ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କୁ ୭୨ ଘଣ୍ଟା ପୂର୍ବର କୋଭିଡ ଯାଞ୍ଚ ରିପୋର୍ଟ ଦେଖାଇବା ଅନିବାର୍ଯ୍ୟ ଥିଲା । ଗତ ବର୍ଷ ସାଢେ ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚାରଧାମ ଯାତ୍ରା କରିଥିଲେ । ସତପାଲ ମହାରାଜ କହିଛନ୍ତି ସେ ପର୍ଯ୍ୟଟନ ଉଦ୍ୟୋଗ ପାଇଁ ଏକ ରିଲିଫ ପ୍ୟାକେଜ ଦାବି କରିଛନ୍ତି, କରୋନା ଯୋଗୁଁ ଅନେକ ଲୋକ ଜୀବନଜୀବିକା ହରାଇ ସଙ୍କଟ ଦେଇ ଗତି କରୁଛନ୍ତି । କରୋନା ଯୋଗୁଁ ହୋଟେଲ ମାଲିକ, ଢାବା ମାଲିକ, ଟ୍ରାନ୍ସପୋର୍ଟ ଆଦିକୁ ବଡ ଝଟକା ଲାଗିଛି ।