ଆଷ୍ଟ୍ରାଜେନେକା ଟିକା ଉପରେ ରୋକ୍ ଲଗାଇଲେ ନରୱେ, ଡେନମାର୍କ

ଅସ୍ଲୋ, ୧୧ ।୩: ନରୱେ ଓ ଡେନମାର୍କ ଆଷ୍ଟ୍ରାଜେନେକା କୋଭିଡ ଟିକାର ବ୍ୟବହାର ସାମୟିକ ପାଇଁ ବନ୍ଦ କରିଛନ୍ତି । ଟିକା ନେବା ପରେ କିଛି ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି । ଏହି କାରଣରୁ ଆଷ୍ଟ୍ରାଜେନେକା ଟିକା ଉପରେ ଏହି ଦୁଇ ଦେଶ୍ କଟକଣା ଲଗାଇଛନ୍ତି । ତେବେ ୟୁରୋପୀୟ ସଂଘର ଔଷଧ ନିୟନ୍ତ୍ରକ ଏବଂ ଖୋଦ୍ ଆଷ୍ଟ୍ରାଜେନେକା ଏହି ଟିକା ନିରାପଦ ବୋଲି ଦାବି କରିଛନ୍ତି । […] The post ଆଷ୍ଟ୍ରାଜେନେକା ଟିକା ଉପରେ ରୋକ୍ ଲଗାଇଲେ ନରୱେ, ଡେନମାର୍କ appeared first on The News Room.

ଆଷ୍ଟ୍ରାଜେନେକା ଟିକା ଉପରେ ରୋକ୍ ଲଗାଇଲେ ନରୱେ, ଡେନମାର୍କ
ଅସ୍ଲୋ, ୧୧ ।୩: ନରୱେ ଓ ଡେନମାର୍କ ଆଷ୍ଟ୍ରାଜେନେକା କୋଭିଡ ଟିକାର ବ୍ୟବହାର ସାମୟିକ ପାଇଁ ବନ୍ଦ କରିଛନ୍ତି । ଟିକା ନେବା ପରେ କିଛି ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି । ଏହି କାରଣରୁ ଆଷ୍ଟ୍ରାଜେନେକା ଟିକା ଉପରେ ଏହି ଦୁଇ ଦେଶ୍ କଟକଣା ଲଗାଇଛନ୍ତି । ତେବେ ୟୁରୋପୀୟ ସଂଘର ଔଷଧ ନିୟନ୍ତ୍ରକ ଏବଂ ଖୋଦ୍ ଆଷ୍ଟ୍ରାଜେନେକା ଏହି ଟିକା ନିରାପଦ ବୋଲି ଦାବି କରିଛନ୍ତି । ଡେନମାର୍କ ପ୍ରଥମେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଥିଲା । ଏହି ଟିକା ନେଇଥିବା ଅଧିକାଂଶ ଲୋକ ରକ୍ତ ଜମାଟ ସମସ୍ୟା ନେଇ ଅଭିଯୋଗ କରିଥିଲେ ବୋଲି ଡେନମାର୍କର ସ୍ୱାସ୍ଥ୍ୟ ବିଭାଗ କହିଛି । ତେବେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର କେବଳ ସାମୟିକ ପାଇଁ ବନ୍ଦ କରାଯାଇଛି । ରକ୍ତ ଜମାଟ ସମସ୍ୟା ସହ ଟିକାର ସମ୍ପର୍କ ଅଛି କି ନାହିଁ ତାହା ଯାଞ୍ଚ୍ କରାଯାଉଛି ବୋଲି ଡେନମାର୍କ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି । ମାଚ୍ଚ ୯ରେ ୟୁରୋପର ପାଞ୍ଚଟି ଦେଶରୁ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଠାରୁ ଟିକାକରଣ ପରବର୍ତ୍ତୀ ରକ୍ତ ଜମାଟ ସମସ୍ୟା ନେଇ ଅଭିଯୋଗ କରିଥିଲେ ବୋଲି ୟୁରୋପୀୟ ଔଷଧ ସଂସ୍ଥା (ଇଏମ୍‌ଏ) କହିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ମଧ୍ୟ ଆଷ୍ଟ୍ରାଜେନେକା ଟିକା ଉପରେ କଟକଣା ଲଗାଇଥିଲା । The post ଆଷ୍ଟ୍ରାଜେନେକା ଟିକା ଉପରେ ରୋକ୍ ଲଗାଇଲେ ନରୱେ, ଡେନମାର୍କ appeared first on The News Room.