ଆସନ୍ତା କାଲି ଓଡ଼ିଶା ବନ୍ଦ; ଜାଣନ୍ତୁ କ’ଣ କ’ଣ ଖୋଲା ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା କାଲି ୬ ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ଡାକରା ଦେଇଛି ବାମ ଦଳ। କଂଗ୍ରେସ ଓ ଅଖିଳ ଭାରତୀୟ ଛାତ୍ରସଂଘ ପରି ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା […] The post ଆସନ୍ତା କାଲି ଓଡ଼ିଶା ବନ୍ଦ; ଜାଣନ୍ତୁ କ’ଣ କ’ଣ ଖୋଲା ରହିବ appeared first on Odisha Bhaskar.

ଆସନ୍ତା କାଲି ଓଡ଼ିଶା ବନ୍ଦ; ଜାଣନ୍ତୁ କ’ଣ କ’ଣ ଖୋଲା ରହିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା କାଲି ୬ ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ଡାକରା ଦେଇଛି ବାମ ଦଳ। କଂଗ୍ରେସ ଓ ଅଖିଳ ଭାରତୀୟ ଛାତ୍ରସଂଘ ପରି ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଆମ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲଗାତାର ବୃଦ୍ଧି ପାଇ ସେଞ୍ଚୁରୀ ମାରିସାରିଛି । ୪୦ଟଙ୍କାର ତେଳରେ ୬୦ଟଙ୍କାର ଟିକସ ଦେଉଛନ୍ତି ସାଧାରଣ ଲୋକେ । ଓଡିଶା ବନ୍ଦକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖାଯାଇଛି । ବନ୍ଦ ପାଳନ ସମୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୃହ ସଚିବ ସନ୍ତୋଷ ବାଲା ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହିତ ବନ୍ଦ ପାଳନ ସମୟରେ ଜରୁରୀ କାଳୀନ ବ୍ୟବସ୍ଥା ଜାରି ରଖିବା ପାଇଁ ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି । The post ଆସନ୍ତା କାଲି ଓଡ଼ିଶା ବନ୍ଦ; ଜାଣନ୍ତୁ କ’ଣ କ’ଣ ଖୋଲା ରହିବ appeared first on Odisha Bhaskar.