ଆସନ୍ତା ୩୧ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ସଟ୍ ଡାଉନ୍, ପ୍ରବେଶ ପଥରେ ଚେକିଂ ଓ ବ୍ଲକିଂ କଡାକଡି

ବୌଦ୍ଧ ୨୯।୭: ମହାମାରୀ କରୋନାର ମୁକାବିଲା ପାଇଁ ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ବୌଦ୍ଧ ଜିଲ୍ଲାକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଏହି ସମୟରେ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ତଥା କଂଟାମଳ ବ୍ଲକରେ ପୋଲିସ ଅନୁଷ୍ଠାନ, ଡାକ୍ତରଖାନା ଓ ଔଷଧ ଦୋକାନ ତଥା ଦୁଗ୍ଧ ସପ୍ଲାଏକୁ ବାଦ ଦଲେ ସମସ୍ତ ଦୋକାନ ବଜାର ତଥା ଯାନବାହାନ ଚଳାଚଳ ବନ୍ଦ ରହିବ । ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ […]

ଆସନ୍ତା ୩୧ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ସଟ୍ ଡାଉନ୍, ପ୍ରବେଶ ପଥରେ ଚେକିଂ ଓ ବ୍ଲକିଂ କଡାକଡି
ବୌଦ୍ଧ ୨୯।୭: ମହାମାରୀ କରୋନାର ମୁକାବିଲା ପାଇଁ ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ବୌଦ୍ଧ ଜିଲ୍ଲାକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଏହି ସମୟରେ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ତଥା କଂଟାମଳ ବ୍ଲକରେ ପୋଲିସ ଅନୁଷ୍ଠାନ, ଡାକ୍ତରଖାନା ଓ ଔଷଧ ଦୋକାନ ତଥା ଦୁଗ୍ଧ ସପ୍ଲାଏକୁ ବାଦ ଦଲେ ସମସ୍ତ ଦୋକାନ ବଜାର ତଥା ଯାନବାହାନ ଚଳାଚଳ ବନ୍ଦ ରହିବ । ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଚେତାବନୀ ଦେଇଛନ୍ତି । ସଟ୍ ଡାଉନକୁ ଠିକ୍ ଭାବରେ ପାଳନ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ପଥରେ ପୋଲିସର ଚେକିଂ ଓ ବ୍ଲକିଂ କଡାକଡି କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା କରୋନା ସଂକ୍ରମିତଙ୍କ ୧୩୪ରେ ପହଞ୍ଚିଥିବା ବେଳେ ୬୪ ଜଣ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି । ତେବେ ଅତି ଜରୁରୀ କାମ ନହେଲେ ଜନସାଧାରଣ ଘରୁ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି ।