ଆସାମରେ ବଡ଼ଧରଣର ଭୂମିକମ୍ପ

ଦିସପୁର, ୨୮ା୪: ଦେଶରେ କରୋନାର କରାଳ ଛାୟା ମାଡ଼ିଚାଲିଥିବା ବେଳେ ଆଉ ଏକ ବିପଦର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା । ଆସାମରେ ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଆସାମର ସୋନିତପୁରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିବା ସୂଚନା ମିଳିଛି । ଆଜଜି ସକାଳ ୭ଟା ୫୧ ମିନିଟ ସମୟରେ ଏହି ଭୂମିକମ୍ପ ହୋଇଥିବା ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । […] The post ଆସାମରେ ବଡ଼ଧରଣର ଭୂମିକମ୍ପ appeared first on Odisha Bhaskar.

ଆସାମରେ ବଡ଼ଧରଣର ଭୂମିକମ୍ପ
ଦିସପୁର, ୨୮ା୪: ଦେଶରେ କରୋନାର କରାଳ ଛାୟା ମାଡ଼ିଚାଲିଥିବା ବେଳେ ଆଉ ଏକ ବିପଦର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା । ଆସାମରେ ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଆସାମର ସୋନିତପୁରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିବା ସୂଚନା ମିଳିଛି । ଆଜଜି ସକାଳ ୭ଟା ୫୧ ମିନିଟ ସମୟରେ ଏହି ଭୂମିକମ୍ପ ହୋଇଥିବା ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପଶ୍ଚିମବଙ୍ଗ ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଭୂମିକମ୍ପର ତୀବ୍ରତା ଲଦ୍ଦାଖରେ ୪.୫ ଓ ହରିୟାଣାରେ ୩.୦ ରହିଥିବା ଜଣାପଡ଼ିଛି । ଏହାର ପ୍ରଭାବରେ ଆଫଗାନିସ୍ତାନରେ ବି ୪.୧ ତୀବ୍ରତା ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି । The post ଆସାମରେ ବଡ଼ଧରଣର ଭୂମିକମ୍ପ appeared first on Odisha Bhaskar.