ଆସିଲା କଟକର ସିରୋ ସର୍ଭେ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ସିଏମସି କମିଶନର?

କଟକ, ୧୨ ।୧୧(ଓଡିଶା ଭାସ୍କର): କଟକରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆସି ସାରିଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ କହିଛନ୍ତି ଯେ, ‘କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ୨ରୁ ୫ ନଭେମ୍ବର ଯାଏଁ କଟକରେ ସିରୋ ସର୍ଭେ ହୋଇଥିଲା । ସର୍ଭେ ପାଇଁ ୨,୨୭୪ ନମୁନା ନିଆଯାଇଥିଲା । ୨୫ଟି ୱାର୍ଡରୁ ୧୬୩୪ ଓ ୬୪୦ ନମୁନା ହାଇରିସ୍କ ଗ୍ରୁପରୁ ନିଆଯାଇଥିଲା । ଆରଏମଆରସିର […] The post ଆସିଲା କଟକର ସିରୋ ସର୍ଭେ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ସିଏମସି କମିଶନର? appeared first on Odisha Bhaskar.

ଆସିଲା କଟକର ସିରୋ ସର୍ଭେ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ସିଏମସି କମିଶନର?
କଟକ, ୧୨ ।୧୧(ଓଡିଶା ଭାସ୍କର): କଟକରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆସି ସାରିଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ କହିଛନ୍ତି ଯେ, ‘କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ୨ରୁ ୫ ନଭେମ୍ବର ଯାଏଁ କଟକରେ ସିରୋ ସର୍ଭେ ହୋଇଥିଲା । ସର୍ଭେ ପାଇଁ ୨,୨୭୪ ନମୁନା ନିଆଯାଇଥିଲା । ୨୫ଟି ୱାର୍ଡରୁ ୧୬୩୪ ଓ ୬୪୦ ନମୁନା ହାଇରିସ୍କ ଗ୍ରୁପରୁ ନିଆଯାଇଥିଲା । ଆରଏମଆରସିର ୫ଟି ଟିମ୍ ଆସି ସିରୋ ସର୍ଭେ କରିଥିଲେ ।’ ଅନ୍ୟପଟେ ସିଏମସିକୁ ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ, ‘ସିରୋ ସର୍ଭେ ୨ ପ୍ରକାର କରାଯାଇଥିଲା । କମ୍ୟୁନିଟି ସିରୋ ସର୍ଭେ ଓ ହାଇରିସ୍କ ଗ୍ରୁପର ସର୍ଭେ କରାଯାଇଥିଲା । କମ୍ୟୁୁନିଟି ସିରୋ ସର୍ଭେ ପାଇଁ ୨୫ଟି ୱାର୍ଡରୁ ନମୁନା ନିଆଯାଇଥିଲା । କମ୍ୟୁନିଟି -୪୧.୮% ଓ ହାଇରିସ୍କ ଗ୍ରୁପରେ ୫୬.୬% ଆଣ୍ଟିବଡି ସୃଷ୍ଟି ହୋଇଛି । ୱାର୍ଡରୁ ୱାର୍ଡ ଆଣ୍ଟିବଡି ସୃଷ୍ଟିରେ ତାରତମ୍ୟ ଦେଖାଯାଇଥିଲା ।’ The post ଆସିଲା କଟକର ସିରୋ ସର୍ଭେ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ସିଏମସି କମିଶନର? appeared first on Odisha Bhaskar.