ଇଣ୍ଡିଆନ ଗ୍ରାଁ ପ୍ରି: ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଲେ ନୀରଜ

ପଟିଆଲା, ୬ା୩ (ପି.ଟି.)- ତୃତୀୟ ଇଣ୍ଡିଆନ ଗ୍ରାଁ ପ୍ରିରେ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ୮୮.୦୭ ମିଟର ଥ୍ରୋ କରି ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। କୋଭିଡ୍‌ ପାଇଁ ଏକ ବର୍ଷ ପ୍ରତିଯୋଗିତାରୁ ଦୂରେଇ ରହିବା ପରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୀରଜ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ୮୮.୦୬ ମିଟର ଥ୍ରୋ କରି ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। […] The post ଇଣ୍ଡିଆନ ଗ୍ରାଁ ପ୍ରି: ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଲେ ନୀରଜ appeared first on Dharitri Odia News.

ଇଣ୍ଡିଆନ ଗ୍ରାଁ ପ୍ରି: ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଲେ ନୀରଜ
ପଟିଆଲା, ୬ା୩ (ପି.ଟି.)- ତୃତୀୟ ଇଣ୍ଡିଆନ ଗ୍ରାଁ ପ୍ରିରେ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ୮୮.୦୭ ମିଟର ଥ୍ରୋ କରି ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। କୋଭିଡ୍‌ ପାଇଁ ଏକ ବର୍ଷ ପ୍ରତିଯୋଗିତାରୁ ଦୂରେଇ ରହିବା ପରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୀରଜ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ୮୮.୦୬ ମିଟର ଥ୍ରୋ କରି ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ହରିୟାଣାରୁ ପ୍ରତିନିଧିତ୍ୱ କରୁଥିବା ନୀରଜ କହିଛନ୍ତି, ସେ ମାର୍ଚ୍ଚ ୧୫ରୁ ୧୮ ପର୍ଯ୍ୟନ୍ତ ହେବାକୁଥିବା ଫେଡେରେଶନ କପ୍‌ ନ୍ୟାଶନାଲ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଅନ୍ୟ ଜଣେ ଜାଭେଲିନ୍‌ ଥ୍ରୋୟର ଉତ୍ତର ପ୍ରଦେଶର ଶିବପାଲ ସିଂ ୮୧.୬୩ ମିଟର ଶ୍ରେଷ୍ଠ ଥ୍ରୋ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ହରିୟାଣାର ସାହିଲ ସିଲଓ୍ବାଲ ୮୦.୬୫ମିଟର ପ୍ରଚେଷ୍ଟା ସହ ତୃତୀୟ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ପୁରୁଷ ଜାଭେଲିନ୍‌ରେ ଯୋଗ୍ୟତା ଅଙ୍କ ୮୫ ମିଟର ରହିଥିବାବେଳେ ଗେମ୍ସ ରେକର୍ଡ ୯୦.୫୭ ମିଟର ରହିଛି। କିନ୍ତୁ ବିଶ୍ୱରେକର୍ଡ ଚେକ୍‌ ରିପବ୍ଲିକର ଜାନ୍‌ ଜେଲେଜ୍‌ନି (୯୮.୪୮ମିଟର, ୧୯୯୬ରେ)ଙ୍କ ନାମରେ ରହିଛି। The post ଇଣ୍ଡିଆନ ଗ୍ରାଁ ପ୍ରି: ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଲେ ନୀରଜ appeared first on Dharitri Odia News.