ଇନ୍ଦ୍ରାବତୀ ବୁଡି ଅଞ୍ଚଳ ପାଇଁ ଲୋକାର୍ପିତ ହେଲା ବୋଟ ଆମ୍ବୁଲାନ୍ସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତର ଭାଟଗୁଡା ଘାଟରେ ଦୁଗର୍ମ ପାହାଡ଼ ଘେରା ତଥା ଇନ୍ଦ୍ରାବତୀ ବୁଡି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଆଜି  ଏକ ବୋଟ ଆମ୍ବୁଲାନ୍ସକୁ ଲୋକାର୍ପିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନୀତ ଅତିଥି ସିଡିଏମଓ ଡ଼. ପ୍ରତାପ କୁମାର ବେହେରା ଯୋଗଦେଇ ବୋଟ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ । ଚେନ୍ନାଇର ଜିଗିଚା ହେଲଥ କେୟାର ଲିମିଟେଡ଼ […] The post ଇନ୍ଦ୍ରାବତୀ ବୁଡି ଅଞ୍ଚଳ ପାଇଁ ଲୋକାର୍ପିତ ହେଲା ବୋଟ ଆମ୍ବୁଲାନ୍ସ first appeared on Sambad.

ଇନ୍ଦ୍ରାବତୀ ବୁଡି ଅଞ୍ଚଳ ପାଇଁ ଲୋକାର୍ପିତ ହେଲା ବୋଟ ଆମ୍ବୁଲାନ୍ସ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତର ଭାଟଗୁଡା ଘାଟରେ ଦୁଗର୍ମ ପାହାଡ଼ ଘେରା ତଥା ଇନ୍ଦ୍ରାବତୀ ବୁଡି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଆଜି  ଏକ ବୋଟ ଆମ୍ବୁଲାନ୍ସକୁ ଲୋକାର୍ପିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନୀତ ଅତିଥି ସିଡିଏମଓ ଡ଼. ପ୍ରତାପ କୁମାର ବେହେରା ଯୋଗଦେଇ ବୋଟ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ । ଚେନ୍ନାଇର ଜିଗିଚା ହେଲଥ କେୟାର ଲିମିଟେଡ଼ ପକ୍ଷରୁ ନିର୍ମାଣ ହୋଇଥିବା ବେଳେ ଏହି ବୋଟ ଆମ୍ବୁଲାନ୍ସ ପିପିପି ମୋଡ଼ ରେ କାର୍ଯ୍ୟ କରିବ । ଏହି ଆମ୍ବୁଲାନ୍ସରେ  ଜଣେ ବୋଟ ମ୍ୟାନେଜର, ଜଣେ ଡ୍ରାଇଭର, ଜଣେ ଫାର୍ମାସିଷ୍ଟ ଓ ଜଣେ ଖଳାସୀ ସମେତ ୪ଜଣ କର୍ମଚାରୀ କାର୍ଯ୍ୟକରିବେ ।  ଲୋକେ ଯେଭଳି ଭାବରେ ୧୦୮ ନମ୍ବରକୁ ଯୋଗାଯୋଗ କଲେ ଆସିଥାଏ ସେହିଭଳି ଏହା ୧୦୮ ଆମ୍ବୁଲାନ୍ସ ଭଳି କାର୍ଯ୍ୟ କରିବ  । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇବା ସହିତ ଲୋକେ  ଶିଘ୍ର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇପାରିବେ । ଏହି ବୋଟ ଆମ୍ବୁଲାନ୍ସ ଯୋଗୁଁ ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ଓ ମାଳି ଗାଁ ପଞ୍ଚାୟତର ୨୫ ଟି ଗାଁର ୯ ଟି ଘାଟରେ ଉପଲବ୍ଧ ହେବ । ଏଥି ଯୋଗୁଁ ୪ ହଜାର ୮୦୦ ଲୋକେ ଉପକୃତ ହେବେ ।  ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି କପିଳେଶ ନାୟକ, ମାଣିକ୍ୟ ଚନ୍ଦ୍ର ନାୟକ, ପବିତ୍ର ନାୟକ, ରୁତୁରାଜ ମାଝୀ, ଜିଲ୍ଲା ଯୁବ ଯୁଗ୍ମ ସମ୍ପାଦକ ଆସୁତୋଷ ପୁରୋହିତ, ଜିଲ୍ଲା ଯୁବ ସମ୍ପାଦକ ବେଣୁଧର ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ସୁଜନ ନାୟକ ଏବଂ ବିଜେଡି ପଂଚାୟତ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।The post ଇନ୍ଦ୍ରାବତୀ ବୁଡି ଅଞ୍ଚଳ ପାଇଁ ଲୋକାର୍ପିତ ହେଲା ବୋଟ ଆମ୍ବୁଲାନ୍ସ first appeared on Sambad.