ଉତ୍କଳ ସାମ୍ବାଦିକ ସଂଘ ଅନୁଗୋଳ ଜିଲ୍ଲାର ସାଧାରଣ ଅଧିବେଶନ

ଉତ୍କଳ ସାମ୍ବାଦିକ ସଂଘ ଅନୁଗୋଳ ଜିଲ୍ଲାର ସାଧାରଣ ଅଧିବେଶନ ସାମ୍ବାଦିକ ମାନେ ନିର୍ଭୀକ ଖବର ପରିବେଷଣ କରିବାକୁ ସାଂସଦଙ୍କ ଆହ୍ୱାନ କଣିହାଁ,୨୯/୦୩: ସାମ୍ବାଦିକ ମାନେ ସତ୍ୟ ନିର୍ଭୀକ ସମ୍ବାଦ ପରିବେଷଣ ପାଇଁ ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ମହେଶ ସାହୁ ଆହ୍ୱାନ ଦେବା ସହିତ ଗଣମାଧ୍ୟମ ପ୍ରତିନିଧି ମାନେ କାହାର ଗୁଡାଣିଆ ନ ହୋଇ ନିଜର ଲେଖନୀ ଚାଳନା କୁ ସୁଦୃଢ଼ କରିବାକୁ ମତବ୍ୟକ୍ତ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ବୁଧବାର କଣିହାଁ ସ୍ଥିତ ପ୍ରଜାମଣ୍ଡଳ ଭବନ ପରିସରରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସଦ ଶ୍ରୀ ସାହୁ କହିଥିଲେ କି ସାମ୍ବାଦିକ ଓ ରାଜନେତା ମାନେ ପରିପୂରକ ହୋଇଥିବା ବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଭାବରେ ପରିଚିତ, ସାମ୍ବାଦିକ ସମାଜର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରୁଥବା ସହ ସବୁ ସ୍ତରରେ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବା ଉଚିତ । ଅନୁଗୋଳ ଜିଲ୍ଲା ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ଏନଟିପିସିର ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ବିକେ ପାଣ୍ଡେ, ଏମସିଏଲ କଣିହାଁର ମହାପ୍ରବନ୍ଧକ କିଶୋର କୁମାର ରାଉଳ ଯୋଗଦେଇ ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇ ସାମ୍ବାଦିକ ମାନଙ୍କର ସମସ୍ୟା ଯଥା ଅବସରକାଳୀନ ଭତ୍ତା, ରାଜ୍ୟ ସରକାରଙ୍କ ତରଫରୁ ବୀମା ଯୋଜନାରେ ପ୍ରଦତ୍ତ ରାଶିକୁ ବୃଦ୍ଧି ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଦାବି କରି ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇ ସାମ୍ୱାଦିକଙ୍କ ବିଭିନ୍ନ କାର୍ଯ୍ୟକ୍ରମ କୁ ଅନୁଗୋଳ ଜିଲ୍ଲାର କଣିହାଁ ମାଟିରୁ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ମିଶ୍ର ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସଂଘର ଉପଦେଷ୍ଟା ଦେବୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ବାଚନ ଅଧିକାରୀ ସଂଗ୍ରାମ ରଞ୍ଜନ ଦାସ ଜିଲ୍ଲା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ।ସମ୍ବର୍ଦ୍ଧନା ସଭାକୁ ସିଦ୍ଧି ପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ କଣିହାଁ ଶାଖା ଉପ ସଭାପତି ଅଲେଖ ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମାଜସେବା, ସାମ୍ବାଦିକତା ଓ ବିଭିନ୍ନ କ୍ଷେତରେ ସଫଳତା ହାସଲ କରିଥିବା କୋଡିଏ ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ଶାଖାର ନୂତନ କର୍ମକର୍ତା ଭାବରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଡ଼ ରଶ୍ମି ରଞ୍ଜନ ମିଶ୍ର, ଉପ ସଭପତି ଆଶିଷ କୁମାର ସିଂ , ଶୁଭ୍ର ରଞ୍ଜନ ଦାଶ, ଶୁସିଲ କୁମାର ସାମଲ, ଅକ୍ଷୟ କୁମାର ମିଶ୍ର, ସମ୍ପାଦକ ଭାବେ କଷ୍ଟୁ ସାମଲ, ଦ୍ଵିଲୋକ ରଞ୍ଜନ ପାଲ, ଜଳଧର ବେହେରା, ପ୍ରିୟ ମାଧବ ଦାସ, କୋଷାଧ୍ୟକ୍ଷ ଭାବେ ତପନ କୁମାର ମହାରଣା ଓ ଉପଦେଷ୍ଟା ଭାବେ ଦେବୀ ମିଶ୍ର, ବିଜୟ କୁମାର ରାଉତ, ସଂଗ୍ରାମ ରଞ୍ଜନ ଦାଶ ଓ ଧନେଶ୍ୱର ମହାନ୍ତିଙ୍କୁ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ।

ଉତ୍କଳ ସାମ୍ବାଦିକ ସଂଘ ଅନୁଗୋଳ ଜିଲ୍ଲାର ସାଧାରଣ ଅଧିବେଶନ
ଉତ୍କଳ ସାମ୍ବାଦିକ ସଂଘ ଅନୁଗୋଳ ଜିଲ୍ଲାର ସାଧାରଣ ଅଧିବେଶନ