ଉତ୍ତରାଖଣ୍ଡରେ ଏବର୍ଷ ବି ବନ୍ଦ ! ୟୁପିରେ ହେବ ଶ୍ରାବଣ କାଉଡ଼ି ଯାତ୍ରା

ନୂଆଦିଲ୍ଲୀ ୧୩।୭: କରୋନା ଭାଇରସ ମହାମାରୀ ଓ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ଧାମୀ ସରକାର ଗତବର୍ଷ ପରି ଚଳିତବର୍ଷ ମଧ୍ୟ ରାଜ୍ୟରେ ଶ୍ରାବଣ ମାସ କାଉଡି ଯାତ୍ରା ନିଷିଦ୍ଧ ଘୋଷଣା କରିଛନ୍ତି। ତେବେ ପଡୋଶୀ ଯୋଗୀଙ୍କ ରାଜ୍ୟ ଉତ୍ତରପ୍ରଦେଶରେ ସ୍ୱଭାବିକ ଶ୍ରାବଣ ଜଳାଭିଷେକ ହେବ ବୋଲି ଜଣାପଡିଛି। ଉତ୍ତରାଖଣ୍ଡରେ କ୍ଷମତା ପରିବର୍ତ୍ତନ ପରେ ନୂଆ ସରକାର ରାଜ୍ୟ ସମ୍ପର୍କିତ ଧାର୍ମିକ ତୀର୍ଥ ଯାତ୍ରା ଉପରେ ପୁନର୍ବିଚାର ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂଧାମୀ ରାଜ୍ୟରେ ଶ୍ରାବଣ କାଉଡି ଯାତ୍ରା କଡ଼ାକଡି ନିଷିଦ୍ଧ କରିଛନ୍ତି। କରୋନା ଯୋଗୁ ଉତ୍ତରାଖଣ୍ଡରେ ଗତବର୍ଷ ମଧ୍ୟ କାଉଡି ଯାତ୍ରା ବାତିଲ ହୋଇଥିଲା। ତେବେ ଚଳିତବର୍ଷ ସରକାରଙ୍କ ଅନୁମତି ଲାଗି ହରିଦ୍ୱାରର ବ୍ୟବସାୟୀମାନେ ଅପେକ୍ଷା କରି ରହିଥିଲେ। ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଧାମୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଏହା ଲକ୍ଷଲକ୍ଷ ଲୋକଙ୍କ ଧାର୍ମିକ ଆସ୍ଥାର ପ୍ରସଙ୍ଗବୋଲି କହିଥିଲେ। ତେବେ ମାହାମାରୀର ସମ୍ଭାବିତ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସଡକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଫଳରେ ହରିଦ୍ୱାରର ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡିଛି।  ଏଠାରେ ବ୍ୟବସାୟୀ ଧାର୍ମିକ ଯାତ୍ରାରୁ ଯାହା ଆୟ କରନ୍ତି। ହେଲେ ଗତବର୍ଷ କରୋନା କଟକଣା ଓ ଚଳିତବର୍ଷ କର୍ଫ୍ୟୁ ଲାଗି ସେମାନଙ୍କ ବ୍ୟବସାୟ ବୁଡି ଯାଇଛି। ଯଦି ସରକାର କାଉଡି ଯାତ୍ରାକୁ ଅନୁମତି ଦେଇଥାନ୍ତେ ତେବେ ଏଥିରୁ ସେମାନଙ୍କର କ୍ଷତି ଭରଣା ନ ହେଲେ ନାହିଁ ରୋଜଗାରର ରାସ୍ତା ଖୋଲିପାରିଥାନ୍ତା। ହେଲେ ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ଗୁରୁତର କ୍ଷତିରେ ପକାଇବ ବୋଲି କହିଛନ୍ତି। ତେବେ ଉତ୍ତର ପ୍ରଦେଶରେ କାଉଡି ଯାତ୍ରା ହେବ। ସରକାର ଏ ନେଇ କଟକଣା ଲଗାଇବେ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କୋଭିଡ ପ୍ରୋଟକଲରେ ରାଜ୍ୟରେ କାଉଡି ଯାତ୍ରା ଆୟୋଜନ ହୋଇପାରିବ ବୋଲି କହିଛନ୍ତି। ବିଶେଷଜ୍ଞଙ୍କ ଆକଳନକୁ ଆଧାର କରି ରାଜ୍ୟରେ କାଉଡି ଯାତ୍ରା ଆୟୋଜନ କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରା କାଉଡିଆ ସଂଘଙ୍କ ସହ ବିସ୍ତୃତ ଆଲୋଚନା ପୂର୍ବକ ସର୍ବନନିମ୍ନ ଲୋକଙ୍କୁ ନେଇ ଶ୍ରାବଣ ଯାତ୍ରା ଆୟୋଜନ ଲାଗି ନିବେଦନ କରାଯିବ ବୋଲି କହିଛନ୍ତି। ତେବେ ପଡୋଶୀ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟଙ୍କ ସହ ଏ ନେଇ ବାର୍ତ୍ତା ମାଧ୍ୟମରେ କାଉଡି ଯାତ୍ରା ଲାଗି ଆବଶ୍ୟକ ଗାଇଡଲାଇନ ଜାରି ନିମନ୍ତେ ଯୋଗୀ କହିଛନ୍ତି।  